ଅନ୍ଧାରରେ ଭବିଷ୍ୟତ । ଗୋଟିଏ ଘରେ ଦୁଇଟି ଶ୍ରେଣୀ ପିଲାଙ୍କ ପାଠପଢା । କଳାପଟା ଦୁଇ ଭାଗ କରି ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ଚାଲିଛି ଶିକ୍ଷାଦାନ
କନକ ବ୍ୟୁରୋ: ବିପର୍ଯ୍ୟସ୍ତ ହୋଇପଡିଛି ଶିକ୍ଷା ବ୍ୟବସ୍ଥା । ଅନ୍ଧାରରେ ଗଡୁଛି ପିଲାଙ୍କ ଭବିଷ୍ୟତ । କେଉଁଠି ପିଲାଙ୍କ ପାଇଁ ଶ୍ରେଣୀ ଗୃହନଥିବା ବେଳେ କେଉଁଠି ବିପଦ ସଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି ପିଲାମାନେ । ସେହିଭଳି ନିଆଳି ରତନପୁର ସରକାରୀ ଉଚ୍ଚ ବିଦ୍ୟାଳୟରରୁ ଆସିଥିବା ଖବର ହିଁ କହିଦେଉଛି ଶିକ୍ଷା ବ୍ୟବସ୍ଥା କିଭଳି ଚାଲିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
୪ଟି ଶ୍ରେଣୀଗୃହରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପଢୁଛନ୍ତି ପାଠ । ବିଦ୍ୟାଳୟ ଘର ନଥିବାରୁ ଗୋଟିଏ ଶ୍ରେଣୀ ଗୁହରେ ଦୁଇ ଦୁଇଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଦୁଇ ଭାଗ କରି ପାଠ ପଢାଉଛନ୍ତି ଶିକ୍ଷକ । କ୍ଲାସ ରୁମରେ କଳାପଟା ହୋଇଛି ଦୁଇ ଭାଗ । ଗୋଟିଏ ପଟେ ଜଣେ ଶିକ୍ଷୟିତ୍ରୀ ପାଠ ପଢାଉଥିବା ବେଳେ ଅନ୍ୟ ଭାଗରେ ଆଉ ଜଣେ ଶିକ୍ଷୟିତ୍ରୀଙ୍କ ଚାଲିଛି ପାଠପଢା ।
ସବୁଠୁ ବଡ଼ କଥା ହେଲା ସ୍କୁଲରେ ପ୍ରଧାନଶିକ୍ଷକ ବଜାଉଛନ୍ତି ସ୍ଲୁଲଘଣ୍ଟା । ସେହିଭଳି କେଉଁ ଗୃହରେ ୩ଟି ଶ୍ରେଣୀର ପିଲା ପଢୁଥିବାବେଳେ ଆଉ କେଉଁ ଘରେ ୨ଟି ଶ୍ରେଣୀର ଛାତ୍ରଛାତ୍ରୀ ବସି ପାଠ ପଢୁଛନ୍ତି । ଗୋଟିଏ ଶ୍ରେଣୀରେଏକାଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ ପାଠ ପଢାଉଥିବାରୁ ପାଠ ପଢା ମଧ୍ୟ ସଠିକ୍ ଭାବେ ବୁଝିହଉନି । ବହୁ ପୁରୁଣା ଏହି ବିଦ୍ୟାଳୟରେ କେବଳ ଶ୍ରେଣୀ ଗୃହ ନୁହେଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟ ଅଭାବ ରହିଛି । ସମସ୍ୟା ନେଇ ଅଭିଯୋଗ ହୋଇଛି ହେଲେ ଏଯାଏଁ କୌଣସି ସମାଧାନ ହୋଇପାରିନି ।