ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ୨୦୧୫-୧୬ରେ ଏନଓସି ପାଇଥିବା ଘରୋଇ ଅଣ ଅନୁଦାନପ୍ରାପ୍ତ ସ୍କୁଲଗୁଡିକୁ ଚାଲିବା ପାଇଁ ମିଳିଲା ଅନୁମତି । ସମାନ ଭିତିଭୂମି ଥାଇ ପୁଣି ବର୍ଷଟିଏ ଅର୍ଥାତ ୨୦୧୬-୧୭ ଶିକ୍ଷା ବର୍ଷରେ ସ୍କୁଲ ଚଲାଇବା ପାଇଁ ନୋ ଅବଜେକ୍ସନ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ଏନେଇ ପ୍ରାଥମିକ ଶିକ୍ଷା ବିଭାଗକୁ ଚିଠି ଲେଖିଛି ଗଣଶିକ୍ଷା ବିଭାଗ । ଡିରେକ୍ଟୋରେଟ୍ ଅଫ ଏଲିମେଂଟାରି ଏଜୁକେସନ ଅନୁସାରେ ସମଗ୍ର ରାଜ୍ୟରେ ୫ହଜାର ୬ ଶହ ୭୨ଟି ଘରୋଇ ବିଦ୍ୟାଳୟ ମଧ୍ୟରୁ ମାତ୍ର ୧୬ଟି ସ୍କୁଲ ପାଖରେ ରହିଛି ନୋ ଅବଜେକ୍ସ^þ ସାର୍ଟିଫିକେଟ୍ ।

Advertisment

ସବୁଠାରୁ ବଡକଥା ହେଉଛି ସାଇ ଇଂଟରନ୍ୟାସନାଲ ସ୍କୁଲ, କିଟ୍ ଇଂଟରନ୍ୟାସନାଲ ସ୍କୁଲ, ଡିଏଭି ସ୍କୁଲ ଚନ୍ଦ୍ରଶେଖରପୁର, ଲୟେଲା ପବ୍ଲିକ ସ୍କୁଲ ପରି ନାମିଦାମି ଇଂରାଜୀ ମିଡିୟମ ସ୍କୁଲ ପାଖରେ ନାହିଁ ଏହି ନୋ ଅବଜେକ୍ସନ ସାର୍ଟିଫିକେଟ୍। ୨୦୦୯ ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଏସବୁ ସ୍କୁଲ ପାଖରେ ଆବଶ୍ୟକୀୟ ଭିତିଭୂମି, ଛାତ୍ରଛାତ୍ରୀଙ୍କ ସୁରକ୍ଷା, ତାଲିମପ୍ରାପ୍ତ ଶିକ୍ଷକଙ୍କ ଅଭାବ, କ୍ଲାସରୁମ,ଓ ଖେଳ ପଡିଆ ଆଦିର ଅଭାବ ରହିଥିବାରୁ ଏଗୁଡିକୁ ଏନଓସି ମିଳିନାହିଁ । ତେଣୁ ଏସବୁ ବଡବଡ ସ୍କୁଲର ଭବିଷ୍ୟତ କଣ ହେବ ସେନେଇ ସନ୍ଦେହ ଉପୁଜିଛି।