କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ମନିଟରିଂ । ଏହି ମନିଟରିଂ ସେଲ ପ୍ରତିଦିନି ଜିଲ୍ଲାରେ ଥିବା ଜିଲ୍ଲା ଶିକ୍ଷା ଅଧିକାରୀ ଓ ସ୍କୁଲମାନଙ୍କୁ ଫୋନ କରି ପିଲାଙ୍କ ଦେହ କେମିତି ଅଛି, ସ୍କୁଲରେ କରୋନା ସଂକ୍ରମିତ ପିଲା କେତେ ଅଛନ୍ତି କି ନାହିଁ, କୋଭିଡ ନିୟମ କେମିତି ପାଳନ ହେଉଛି ସେ ସବୁ ପଚାରି ବୁଝିଛନ୍ତି ।
ମୁଖ୍ୟମନ୍ତ୍ରୀ ଗତକାଲି ରାଜ୍ୟରେ କୋଭିଡ୍ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି । ସମ୍ଭାବ୍ୟ ତୃତୀୟ ଲହର ପୂର୍ବରୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ସଚେତନ କରାଇବା ସହ କୋଭିଡ୍ ନିୟମକୁ ପାଳନ କରିବା ଦିଗରେ ପ୍ରଶାସନକୁ ତ୍ବରିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ, କୋଭିଡ୍ ଆଚରଣବିଧି ହେଉଛି କୋଭିଡ୍ ବିରୋଧରେ ଲଢ଼ିବା ପାଇଁ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର । ଏହାର ଉପଯୁକ୍ତ ପାଳନ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ।
ପିଲାମାନେ ଏ ପର୍ଯ୍ୟନ୍ତ ଟିକା ନେଇ ନାହାନ୍ତି । ତେଣୁ ପିଲାଙ୍କ ପାଇଁ ଆମକୁ ଅଧିକ ସତର୍କ ରହିବାକୁ ହେବ । କୋଭିଡ୍ ନିୟମ ପାଳନରେ ଯଦି ଅବହେଳା ଦୃଷ୍ଟିକୁ ଆସେ ତାହାଲେ ସଂପୃକ୍ତ ଅନୁଷ୍ଠାନର ମୁଖ୍ୟ ଏଥିପାଇଁ ଦାୟୀ ରହିବେ। ପ୍ରଶାସନ ଏଥିପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରି ଶିକ୍ଷାନୁଷ୍ଠାନଗୁଡ଼ିକରେ ନିୟମିତ ଓ ଅଚାନକ ଯାଞ୍ଚ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/32-8.jpg)