କନକ ବ୍ୟୁରୋ : ଶିକ୍ଷକ ବଦଳି ନେଇ ସ୍କୁଲରେ ପଡିଛି ତାଲା । ଗତ ଦୁଇ ଦିନ ହେଲା ସ୍କୁଲରେ ତାଲା ପକାଇ ଧାରଣାରେ ବସିଛନ୍ତି ପିଲାମାନେ । ବାଲେଶ୍ବର ବାଲିଆପାଳ ବ୍ଳକ ସରକାରୀ ପ୍ରାଥମିକ ବିଦ୍ୟାଳୟର ପିଲାମାନେ ଧାରଣାରେ ବସିଛନ୍ତି । ବିଦ୍ୟାଳୟରେ ୩ଶହ ପାଖାପାଖି ପିଲା ପଢୁଥିବା ବେଳେ ରହିଛନ୍ତି ମାତ୍ର ୭ ଜଣ ଶିକ୍ଷକ । ପିଲାଙ୍କ ସଠିକ୍ ଭାବେ ପାଠ ପଢା ହୋଇପାରୁନି । ଏ ନେଇ ପିଲାଙ୍କଠୁ ଅଭିଭାବକମାନେ ଅଭିଯୋଗ କରିବାରୁ ଜଣେ ଶିକ୍ଷକ ଭାଗବତ ହାଜିରା ଡେପୁଟେସନରେ ଆସିଥିଲେ । ପାଠ ପଢା ମଧ୍ୟ ଚାଲିଥିଲା । ହେଲେ କିଛି ଦିନ ପରେ ଡେପୁଟେସନ କ୍ୟାନସେଲ କରିଦିଆଯାଇଛି । ଯାହାକୁ ନେଇ ପିଲାଙ୍କଠାରୁ ନେଇ ଗାଁର ଲୋକ ପ୍ରତିବାଦ କରି ଧାରଣାରେ ବସିଛନ୍ତି ।
ଶିକ୍ଷକ ବଦଳି ନେଇ ସ୍କୁଲରେ ପଡିଛି ତାଲା । ଧାରଣାରେ ପିଲାମାନେ
/kanak/media/post_attachments/wp-content/uploads/2024/08/Screen-Shot-2024-08-14-at-12.38.04-PM.png)