କ୍ଷମତାର କେନ୍ଦ୍ରସ୍ଥଳରେ ସମ୍ବଲପୁର ପୁଅ: କେଉଁଠି ପାଠ ପଢୁଥିଲେ ଆଉ କିପରି କଟିଥିଲା ମୋଦୀଙ୍କ ପ୍ରମୁଖ ସଚିବ ପ୍ରମୋଦଙ୍କ ପିଲା ଦିନ?

325

କନକ ବ୍ୟୁରୋ : ପ୍ରମୋଦ କୁମାର ମିଶ୍ର । ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, କେନ୍ଦ୍ର ସରକାରଙ୍କ ଗୃହ ଓ କୃଷି ମନ୍ତ୍ରାଳୟ ଏବଂ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ କାମ କରିବା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ । ଆପଣ ଜାଣିଛନ୍ତି କି ପ୍ରମୋଦଙ୍କ ଶିକ୍ଷାର ମୂଳଦୁଆ କେଉଁଠି ପଡିଥିଲା । ଏହି ପଦବୀ ପାଇବା ପରେ କଣ କହୁଛନ୍ତି ପ୍ରମୋଦଙ୍କ ସହପାଠୀ ଓ ପଡୋଶୀ ।

ସମ୍ବଲପୁର ପଟ୍ଟନାୟକପଡା ବ୍ରଜ ମୋହନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତିଆରି କରିଛି ପାୱାରଫୁଲ ପ୍ରମୋଦ କୁମାର ମିଶ୍ରଙ୍କୁ । ଦେଶର ସର୍ବୋଚ୍ଚ କ୍ଷମତା କେନ୍ଦ୍ରର ଅଧିକାରୀ ପାଠ ପଢିଛନ୍ତି ଏହି ସ୍କୁଲରେ । ପ୍ରମୋଦଙ୍କ ଛାତ୍ର ଜୀବନ ଆରମ୍ଭ ହୋଇଥିଲା ଏହିଠାରୁ । ତାଙ୍କ ଶିକ୍ଷାର ମୂଳଦୁଆ ପକାଇଥିବା ଏହି ସ୍କୁଲର ଉତୋରତର ଉନ୍ନତି ପାଇଁ ପ୍ରମୋଦ ସବୁବେଳ ଚେଷ୍ଟିତ । ଏହି ସ୍କୁଲକୁ ଏକ ଆଦର୍ଶ ବିଦ୍ୟାଳୟ ଭାବେ ଗଢିତୋଳିବାକୁ ୧କୋଟି ୨୭ଲକ୍ଷ ଟଙ୍କାର ଅନୁଦାନ ଦେଇଛନ୍ତି କେନ୍ଦ୍ର ସରକାର ।

ପ୍ରମୋଦ ମିଶ୍ରଙ୍କୁ ନୂଆ ନିଯୁକ୍ତି ପରେ ତାଙ୍କୁ ମନେ ପକାଇଛନ୍ତି ବାଲ୍ୟବନ୍ଧୁ ଓ ଗାଁ ଲୋକେ । କହିଛନ୍ତି, ପ୍ରମୋଦ ଛାତ୍ର ଜୀବନରେ ଅତି କମ କଥା କହି ଭଲ ବୁଝାଇପାରୁଥିଲେ । ସେ ଜଣେ ଭଲ ବକ୍ତା । ଅତ୍ୟନ୍ତ ଶାନ୍ତସ୍ୱଭାବର ପ୍ରମୋଦ କଠିନ ପରିଶ୍ରମ କରିବା ସହ ଜିଜ୍ଞାସୁ ଥିଲେ । ୧୯୭୨ ମସିହା ଗୁଜୁରାଟ କ୍ୟାଡରର ଏହି ଓଡିଆ ଅଫିସର ପୂର୍ବରୁ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, କେନ୍ଦ୍ର ସରକାରଙ୍କ ଗୃହ, କୃଷି ମନ୍ତ୍ରାଳୟ ଏବଂ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ କାମ କରିସାରିଛନ୍ତି । ସମ୍ବଲପୁରବାସୀଙ୍କ ମତରେ ତାଙ୍କ କାର୍ଯ୍ୟକାଳ ସମୟରେ ଓଡିଶାରେ ରେଙ୍ଗାଳି ଡ୍ୟାମ୍, ସମ୍ବଲପୁରରେ ଆଇଆଇଏମ୍, ଝାରସଗୁଡାରେ ଏୟାରପୋର୍ଟ ସମ୍ଭବ ହୋଇଛି ।