କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଖମାରି ଗାଁ ପଞ୍ଚାୟତର ନରେନ୍ଦ୍ରବାଲି । ଏହି କୁନି ଗାଁରେ ଥିବା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଏଭଳି କିଛି କରିଛନ୍ତି ଯାହାକି ସତରେ ନିଆରା । ନିଜ ହାତରେ ବିଦ୍ୟାଳୟ ପଛରେ ରୋଷେଇ ବଗିଚା ବା କିଚେନ ଗାର୍ଡେନଟିଏ ପ୍ରସ୍ତୁତ କରିଛନ୍ତି । ଯେଉଁ ବୟସରେ ଖେଳକୁଦ କରି ସମୟ କାଟିବା କଥା ସେହି ବୟସରେ ବିଦ୍ୟାଳୟ ହତାରେ ଗଛ ଲଗାଇ ସେ ସବୁର ଯତ୍ନ ନେଉଛନ୍ତି । ଯିଏ ଯେଉଁ ଗଛ ଲଗାଇଛନ୍ତି ସେହି ଗଛରେ ସେମାନଙ୍କ ନାମ ବି ଲେଖାଯାଇଛି । ସ୍କୁଲ କର୍ତ୍ତୃପକ୍ଷ ବି ଛାତ୍ରଛାତ୍ରୀଙ୍କ ଏହି ପ୍ରୟାସକୁ ବୃଥା ହେବାକୁ ଦେଇନାହାଁନ୍ତି ।

Advertisment

publive-image

କୁନି ସ୍କୁଲର ସୁନ୍ଦର କାହାଣୀ

ପିଲାମାନଙ୍କ ପାଇଁ ପ୍ରସ୍ତୁତ ହେଉଥିବା ମଧ୍ୟାହ୍ନ ଭୋଜନରେ ଏସବୁ ଗଛରୁ ଉତ୍ପାଦିତ ପରିବା ବ୍ୟବହାର କରାଯାଉଛି । ଆଜିକାଲି ପରିବାରେ କୀଟନାଶକର ବହୁଳ ବ୍ୟବହାର ହେଉଥିବା ବେଳେ ଏଠାରେ କିନ୍ତୁ ଛାତ୍ରଛାତ୍ରୀ ଗୋବର ଖତ, ଜୈବିକ ସାରର ବ୍ୟବହାର କରୁଛନ୍ତି । ଅମୃତଭଣ୍ଡା, କାଗେଜୀ ଲେମ୍ବୁ, ମୂଳା, କଦଳୀ ଭଳି ବାଡ଼ି ପନିପରିବା ଲଗାଇବା ସହ ସୁଷମ ଖାଦ୍ୟ ଖାଉଛନ୍ତି ଛାତ୍ରଛାତ୍ରୀ।

publive-image

ବଡ କଥା ଏହି ସ୍କୁଲରେ ପ୍ରଥମରୁ ପଞ୍ଚମ ଯାଏଁ ଶିକ୍ଷାଦାନର ବ୍ୟବସ୍ଥା ଥିବାବେଳେ ୧୩ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ।ଏହି ପିଲାମାନେ ପାଠ ପଢିବା ସହ ନିଜ ବଗିଚାକୁ ଦେଖାଶୁଣା କରୁଛନ୍ତି । ବିଶେଷ କରି ଜିଲ୍ଲାପାଳ ବିଦ୍ୟାଳୟ ପରିସରରେ ଏଭଳି କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରୁଥିବେଳେ ଆଦିବାସୀ ଅଧ୍ୟୁଷିତ ଏହି ଛୋଟ ସ୍କୁଲରେ ଏକ ସୁନ୍ଦର ପରିକଳ୍ପନା ବାସ୍ତବିକ କାର୍ଯ୍ୟକାରୀ ହୋଇପାରିଛି ।