ଶିକ୍ଷିତ ହେବେ ଆଦିମ ଜନଜାତି: ବଣ୍ଡା ପାହାଡ ଉପରେ ଘରେ ଘରେ ସ୍କୁଲ

118

କନକ ବ୍ୟୁରୋ: ବଣ୍ଡା ପାହାଡ ଉପରେ ଘରେ ଘରେ ସ୍କୁଲ । ଘରକୁ ଘର ଯାଇ ଆଦିମ ଜନଜାତିର ଛାତ୍ରଛାତ୍ରୀଙ୍କୁ ପଠା ପଢାଉଛନ୍ତି ଶିକ୍ଷକ । କରୋନା ପର ଠାରୁ ଘାଟି ଅଂଚଳର ସ୍କୁଲ ପିଲା ପାଠ ପଢାରୁ ମୁହଁ ଫେରାଇ ନେଇଥିଲେ । ଆଉ ଏବେ ପିଲାଙ୍କ ଭିତରେ ଦକ୍ଷତା ବଢାଇବାକୁ ନିଯୁକ୍ତ ହୋଇଛନ୍ତି ଶିକ୍ଷକ ।

ବଣ୍ଡା ପିଲାଙ୍କ ଦକ୍ଷତା ବଢାଇବା ପାଇଁ ମାଲକାନଗିରିର ଜିଲ୍ଲାର ଶିକ୍ଷା ବିଭାଗ ନେଇଛି ନୂଆ ପଦକ୍ଷେପ । ଘାଟି ଉପରେ ଆରମ୍ଭ ହୋଇଛି ଦକ୍ଷତା ବୃଦ୍ଧି ଅଭିଯାନ । ବଣ୍ଡା ପାହାଡର ପଡା ଗାଁରେ ଘରକୁ ଘର ଯାଇ ପାଠ ପଢାଉଛନ୍ତି ଘାଟିର ଶିକ୍ଷକ । ନିଜ ଭାଷାରେ କେତେ ଦକ୍ଷତା ରହିଛି? କେମିତି ଦେବେ କେନ୍ଦ୍ର ସରକାରଙ୍କ ନାସ୍ ପରୀକ୍ଷା? ତାହା ପିଲାଙ୍କୁ ବୁଝାଉଛନ୍ତି ।

କୁୁଡିଆ ଭିତରେ ବସି ପିଲାଙ୍କ ଭବିଷ୍ୟତ ସଜାଡୁଛନ୍ତି ଶିକ୍ଷକ । ଆଦିମ ଜନଜାତିର ପିଲାଙ୍କ ଦକ୍ଷତା ବୃଦ୍ଧି ସହ ଶିକ୍ଷାର ମାନ ବୃଦ୍ଧି ଲାଗି ଜାରି ରହିଛି ଅଭିଯାନ ।