କନକ ବ୍ୟୁରୋ: ୨୮ ଓ ୨୯ ତାରିଖ ସ୍କୁଲ ଛୁଟି ଘୋଷଣା କଲା ଗଣଶିକ୍ଷା ବିଭାଗ । ଗଣଶିକ୍ଷା ଅଧିନ ଶିକ୍ଷାନୁଷ୍ଠାନ ଗୁଡିକ ୨ ଦିନ ବନ୍ଦ ରହିବ । ଦୋଳ ପୂର୍ଣ୍ଣିମା ଓ ହୋଲି ପାଇଁ ଛୁଟି ଘୋଷଣା କଲା ଗଣଶିକ୍ଷା ବିଭାଗ । ତେବେ ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ଶାସନ ସଚିବ ।
ଗତ ବର୍ଷ କରୋନା କାଳରେ ସମସ୍ତ ସ୍କୁଲ ବନ୍ଦ ରହିଥିଲା । ଦୀର୍ଘ ଦିନର ବ୍ୟବଧାନ ପରେ ଏବେ ପୁଣି ଖୋଲିଛି ସ୍କୁଲ । ତେବେ ଏବେ ବି କରୋନା କାୟା ଜାରି ରହିଛି । ଏହାରି ମଧ୍ୟରେ ହୋଲି ଓ ଦୋଳକୁ ନେଇ ଛୁଟି ଘୋଷଣା ହୋଇଛି । ଏଥର ହୋଲି ଘରେ ରହି ପାଳନ କରିବାକୁ ସରକାର ପରାମର୍ଶ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/03/15_UP.jpg)