କନକ ବ୍ୟୁରୋ: ଛତିଶଗଡ ଢାଞ୍ଚାରେ ଓଡିଶାରେ ମୋହଲ୍ଲା ସ୍କୁଲ ହେବା ନେଇ ଚର୍ଚ୍ଚା ଚାଲିଛି । ଏପରି ହେଲେ ନେଟୱାର୍କ ନଥିବା ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିିବେ ଶିକ୍ଷକ । ଏନେଇ ଗଣଶିକ୍ଷା ବିଭାଗ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ସମ୍ବଲପୁର ଜମନକିରା ବ୍ଲକ ସିରିଡା ଗାଁରୁ ଆସିଛି ଏକ ନିଆରା ଖବର । ଗାଁରେ ନେଟୱାର୍କ ଆସୁ ନଥିବାରୁ ପାହାଡ ଉପରେ ପାଠ ପଢ଼ାଉଛନ୍ତି ଶିକ୍ଷକ ।
ନେଟୱାର୍କ ନଥିବା ଅଞ୍ଚଳର ଛାତ୍ରଛାତ୍ରୀଙ୍କ ନିକଟରେ ଏବେ ବି ପହଁଚି ପାରୁନି ୟୁଟ୍ୟୁବ ମାଧ୍ୟମରେ ପାଠପଢ଼ା । ଏନେଇ ପ୍ରତ୍ୟେକ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି ଖବର । ଏଭଳି ସ୍ଥିତିରେ ନୂଆ ବାଟ ଦେଖାଇଛନ୍ତି ସମ୍ବଲପୁର ଜମନକିରା ବ୍ଲକ ସିରିଡ୍ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ ମହାପାତ୍ର । ପାହାଡ ଉପରେ ନେଟୱାର୍କ ଆସୁଥିବାରୁ କୋଭିଡ୍ କଟକଣାକୁ ମାନି ପିଲାମାନଙ୍କୁ ଉଭୟ ଅନଲାଇନ ଓ ଅଫଲାଇନରେ ପାଠ ପଢ଼ାଉଛନ୍ତି ସାର ।
Follow Us