କନକ ବ୍ୟୁରୋ: ଛତିଶଗଡ ଢାଞ୍ଚାରେ ଓଡିଶାରେ ମୋହଲ୍ଲା ସ୍କୁଲ ହେବା ନେଇ ଚର୍ଚ୍ଚା ଚାଲିଛି । ଏପରି ହେଲେ ନେଟୱାର୍କ ନଥିବା ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିିବେ ଶିକ୍ଷକ । ଏନେଇ ଗଣଶିକ୍ଷା ବିଭାଗ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ସମ୍ବଲପୁର ଜମନକିରା ବ୍ଲକ ସିରିଡା ଗାଁରୁ ଆସିଛି ଏକ ନିଆରା ଖବର । ଗାଁରେ ନେଟୱାର୍କ ଆସୁ ନଥିବାରୁ ପାହାଡ ଉପରେ ପାଠ ପଢ଼ାଉଛନ୍ତି ଶିକ୍ଷକ ।
ନେଟୱାର୍କ ନଥିବା ଅଞ୍ଚଳର ଛାତ୍ରଛାତ୍ରୀଙ୍କ ନିକଟରେ ଏବେ ବି ପହଁଚି ପାରୁନି ୟୁଟ୍ୟୁବ ମାଧ୍ୟମରେ ପାଠପଢ଼ା । ଏନେଇ ପ୍ରତ୍ୟେକ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି ଖବର । ଏଭଳି ସ୍ଥିତିରେ ନୂଆ ବାଟ ଦେଖାଇଛନ୍ତି ସମ୍ବଲପୁର ଜମନକିରା ବ୍ଲକ ସିରିଡ୍ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ ମହାପାତ୍ର । ପାହାଡ ଉପରେ ନେଟୱାର୍କ ଆସୁଥିବାରୁ କୋଭିଡ୍ କଟକଣାକୁ ମାନି ପିଲାମାନଙ୍କୁ ଉଭୟ ଅନଲାଇନ ଓ ଅଫଲାଇନରେ ପାଠ ପଢ଼ାଉଛନ୍ତି ସାର ।
ପାଠପଢ଼ିବା ପାଇଁ ପ୍ରତିଦିନ ପାହାଡ ଉପରକୁ ଚଢ଼ିବା ଏତେ ସହଜ ନୁହେଁ । ହେଲେ ଛାତ୍ରଛାତ୍ରୀଙ୍କ ସହ ନିଜେ ଶିକ୍ଷକ ପାହାଡ ଚଢ଼ି ଶିକ୍ଷାଦାନ କରୁଥିବାରୁ ସାରଙ୍କ ଏହି କାର୍ଯ୍ୟକୁ ବେଶ୍ ପ୍ରଶଂସା କରୁଛନ୍ତି ଅଭିଭାବକ । କରୋନା ଯୋଗୁଁ ଦୁଇ ବର୍ଷ ହେଲା ପିଲାଙ୍କ ପାଠପଢ଼ା ଏକପ୍ରକାର ଠପ୍ ହୋଇଯାଇଛି । ତେଣୁ ପାହାଡ ଉପରେ ହେଉ କି ସାହି, ପଡାରେ ପିଲାଙ୍କ ନିକଟରେ ପହଁଚି ଛତିଶଗଡର ମୋହଲା କ୍ଲାସ ଢ଼ାଞ୍ଚାରେ ଶିକ୍ଷକମାନେ ଶିକ୍ଷାଦାନ କଲେ ବହୁ ଛାତ୍ରଛାତ୍ରୀ ଉପକୃତ ହେବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/07/14-10.jpg)