କନକ ବ୍ୟୁରୋ: ମହାରାଷ୍ଟ୍ରର ପୁଣେ ସହରରେ କରୋନାର ବଢୁଥିବା ସଂକ୍ରମଣକୁ ଦେଖି ପୁଣି କଡାକଡି ହେଲା ନିୟମ । ମାର୍ଚ୍ଚ ୧୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର । ଏନେଇ ଆଜି ପୁଣେର ମେୟର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥିସହ ରାତି ୧୧ଟାରୁ ସକାଳ ୬ଟା ଯାଏଁ ସେଠାରେ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ ବୋଲି ସୂଚନା ଦିଆଯାଇଛି।
ଗତ କିଛି ଦିନ ଧରି ମହାରାଷ୍ଟ୍ରରେ କୋଭିଡ୍ ସଂକ୍ରମଣ ବଢିବାରେ ଲାଗିଛି । ବିଶେଷକରି କିଛି ଅଂଚଳରେ ସଂକ୍ରମଣ ଅଚାନକ ଭାବେ ବୃଦ୍ଧି ପାଉଛି । ତେଣୁ ଏହାକୁ ଆଖି ଆଗରେ ରଖି ମହାରାଷ୍ଟ୍ରର କିଛି ଅଂଚଳରେ ନିୟମ କଡାକଡି କରାଯାଇଛି । ଅନ୍ୟପଟେ ପୁଣେ ମେୟର ମଧ୍ୟ ସହରରେ ସ୍କୁଲ, କଲେଜ ବନ୍ଦ କରିବାକୁ ଘୋଷଣା କରିଛନ୍ତି । ସହରରେ ଏବେ କୋଭିଡ୍ ନିୟମ କଡାକଡି କରାଯିବା ସହିତ ଲୋକଙ୍କ ଗତିବିଧି ଉପରେ ନଜର ରଖାଯିବ ବୋଲି କୁହାଯାଇଛି । ଏହାପୂର୍ବରୁ ମଧ୍ୟ ଫେବୃଆରୀ ୨୮ ତାରିଖ ଯାଏଁ ସେଠାରେ କଟକଣା ବଳବତ୍ତର ରହିଥିଲା । ସେତେବେଳେ ସେଠାରେ ବହୁ ଦିନ ପରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଥିଲା । ଏବେ ସଂକ୍ରମଣ ବଢୁଥିବା ଦେଖ ଏହି କଟକଣାକୁ ମାର୍ଚ୍ଚ ୧୪ ଯାଏଁ ବୃଦ୍ଧି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/30-24.jpg)