ରାଜ୍ୟରେ ୭ ତାରିଖରୁ ଖୋଲିବ ସ୍କୁଲ, କଲେଜ୍ । ଅଷ୍ଟମରୁ ଉପରକୁ ସବୁ କ୍ଲାସ ଖୋଲିବାକୁ ସରକାରଙ୍କ ନିଷ୍ପତ୍ତି ।

ରାଜ୍ୟରେ ୭ ତାରିଖରୁ ଖୋଲିବ ସ୍କୁଲ, କଲେଜ୍ । ଅଷ୍ଟମରୁ ଉପରକୁ ସବୁ କ୍ଲାସ ଖୋଲିବାକୁ ସରକାରଙ୍କ ନିଷ୍ପତ୍ତି ।

କନକ ବ୍ୟୁରୋ : ଆସନ୍ତା ୭ ତାରିଖ ଅର୍ଥାତ ସୋମବାରଠାରୁ ଖୋଲିବ ସ୍କୁଲ । ରାଜ୍ୟରେ ୭ ତାରିଖରୁ ଖୋଲିବ ସମସ୍ତ ସ୍କୁଲ, କଲେଜ । ଅଷ୍ଟମରୁ ଉପରକୁ ସବୁ କ୍ଲାସ ସୋମବାରଠାରୁ ଖୋଲିବ । କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର । ସମସ୍ତ ହଷ୍ଟେଲ ମଧ୍ୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଛାତ୍ରଛାତ୍ରୀମାନେ ଉଭୟ ଅନଲାଇନ୍ ଏବଂ ଅଫଲାଇନରେ କ୍ଲାସ କରିପାରିବେ । ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

ସେହିପରି ଫେବୃଆରୀ ୧୪ ତାରିଖରୁ ଖୋଲିବ କେଜିରୁ ସପ୍ତମ ଯାଏଁ ସ୍କଲ । କେଜିରୁ ୯ମ ଯାଏଁ କ୍ଲାସ ପ୍ରମୋସନ୍ ପରୀକ୍ଷା ହେବ । ଏହି ପରୀକ୍ଷା କ୍ଲାସରୁମ ଆସେସମେଣ୍ଟ ଆଧାରରେ ହେବ । ଦଶମ, ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନେଇ ବୋର୍ଡ ବ୍ୟବସ୍ଥା କରିବ । ଦରକାର ପଡ଼ିଲେ ଖରା ଛୁଟି ଅବଧି କମାଇ ପାଠ ପଢ଼ାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe