ହକି ପାଇଁ ଛୁଟି ଘୋଷଣା କଲେ ରାଜ୍ୟ ସରକାର ।

ଅପରାହ୍ଣ ସାଢେ ଗୋଟାଏରୁ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ

5,025

କନକ ବ୍ୟୁରୋ: ହକି ପାଇଁ ସରକାରୀ ଛୁଟି । ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିବା ପୁରୁଷ ବିଶ୍ୱକପ୍ ହକି ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ନଭେମ୍ବର ୨୭ ତାରିଖ ମଙ୍ଗଳବାର ଦିନ ବିଶ୍ୱକପ ହକିର ଉଦଘାଟନୀ ଉତ୍ସବ ଅବସରରେ ଭୁବନେଶ୍ୱରର ସମସ୍ତ ଶିକ୍ଷାନୁଷ୍ଠାନ ସଂପୂର୍ଣ୍ଣ ବନ୍ଦ ରହିବ । ରାଜ୍ୟର ଅନ୍ୟ ଅଂଚଳରେ ସମସ୍ତ ଶିକ୍ଷାନୁଷ୍ଠାନ ଅପରାହ୍ଣ ସାଢେ ୧ଟାରୁ ବନ୍ଦ ରହିବ ।

ଭୁବନେଶ୍ୱର ସମେତ ସାରା ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକ ମଧ୍ୟ ନଭେମ୍ବର ୨୭ ତାରିଖ ଦିନ ହକି ବିଶ୍ୱକପ୍ ଉଦଘାଟନୀ ସମାରୋହ ନିମନ୍ତେ ଅପରାହ୍ଣ ସାଢେ ୧ଟାରୁ ବନ୍ଦ ରହିବ ।

ସେହିପରି ୨୮ତାରିଖ ବୁଧବାର ଦିନ କଟକର ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ଅପରାହ୍ନ ୧ଟା ୩୦ମିନିଟରୁ ବନ୍ଦ ରଖିବା ପାଇଁ ସରକାର ଘୋଷଣା କରିଛନ୍ତି ।