କନକ ବ୍ୟୁରୋ: ଏଣିକି ସ୍କୁଲ ପିଲାଙ୍କୁ ମିଳିବ ରାଗୀ ବା ମାଣ୍ଡିଆ ଲଡୁ । ବିଦ୍ୟାଳୟରେ ପାଠପଢୁଥିବା ପିଲାଙ୍କ ପୋଷଣ ମାତ୍ରା ବୃଦ୍ଧି କରିବା ପାଇଁ ଏଭଳି ପଦକ୍ଷେପ ନେଇଛି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ । ମିଲେଟ ମିଶନ ଏବଂ ଡିଏମଏଫର ମିଳିତ ପ୍ରୟାସରେ ସୁନ୍ଦରଗଡ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏହି ଯୋଜନା ଜିଲ୍ଲାରେ କାର୍ଯ୍ୟକାରୀ ହୋଇଛି ।publive-image

Advertisment

ପ୍ରଥମ ପର୍ଯ୍ୟାୟରେ ଆଦିବାସୀ ବିଦ୍ୟାଳୟମାନଙ୍କ ହଷ୍ଟେଲରେ ରହୁଥିବା ପିଲାଙ୍କୁ ଏହି ମାଣ୍ଡିଆ ଲଡୁ ପ୍ରତିଦିନ ପ୍ରଦାନ କରାଯିବ । ଯେଉଁଥିରେ ସୁନ୍ଦରଗଡ ଜିଲ୍ଲାର ମଙ୍ଗଳ ବିଭାଗ ଅଧୀନରେ ଥିବା ୫୨୦ ଆଦିବାସୀ ବିଦ୍ୟାଳୟର ୪୭ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଏହି ରାଗୀ ଲଡୁ ପ୍ରତିଦିନ ଦିଆଯିବ । ଆଗାମୀ ଦିନରେ ଜିଲ୍ଲାର ସମସ୍ତ ସ୍କୁଲକୁ ଏହି ଯୋଜନାରେ ସାମିଲ କରାଯିବ ।

ସ୍ଥାନୀୟ ସଂସ୍କୃତି ଭବନରେ ଏହି ଯୋଜନାର ଉଦଘାଟନୀ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତି ପ୍ରଧାନ, ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ବିନୟ ଟପ୍ପୋ, ଜିଲ୍ଲପାଳ ପରାଗ ହର୍ଷଦ ଗଭାଲି, ଜିଲ୍ଲା ମଙ୍ଗଳ ଅଧିକାରୀ ପବିତ୍ର ପ୍ରଧାନଙ୍କ ସମତେ ଅନେକ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।