ସ୍କୁଲ ବସରେ ଆଳୁ ଅଖା ଭଳି ବୋଝେଇ ହୋଇଥିଲେ ଛାତ୍ରଛାତ୍ରୀ : ବସ ଅଟକାଇ ଶିକ୍ଷୟତ୍ରୀ ଓ କର୍ମଚାରୀଙ୍କୁ ତାଗିଦ କଲେ ଗଣଶିକ୍ଷା ମନ୍ତ୍ରୀ

181

କନକ ବ୍ୟୁରୋ : କେନ୍ଦୁଝର ଗସ୍ତବେଳେ ଗଣଶିକ୍ଷା ମନ୍ତ୍ରୀଙ୍କ ତଦାରଖ । ସ୍କୁଲ ବସରେ ଲଦା ହୋଇ ଛାତ୍ରଛାତ୍ରୀଙ୍କୁ ନେବାବେଳେ ଅଚାନକ ଯାଞ୍ଚ ପାଇଁ ପହଞ୍ଚି ଯାଇଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ବସକୁ ଅଟକାଇ ତଦାରଖ କରିଥିଲେ ।

ସିଟ୍ ସଂଖ୍ୟାଠାରୁ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ବସରେ ନିଆଯାଉଥିଲା । କେନ୍ଦୁଝର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲର ଏହି ବସରେ ପିଲାମାନଙ୍କୁ ଲଦା ଲଦି କରି ନିଆଯାଉଥିବା ଦେଖି ରାଗି ଯାଇଥିଲେ ମନ୍ତ୍ରୀ ସମୀର ଦାଶ । ଯାହାକୁ ନେଇ ବସ୍ କର୍ମଚାରୀ ଓ ଉପସ୍ଥିତ ଶିକ୍ଷୟିତ୍ରୀଙ୍କୁ ତାଗିଦ୍ କରିଥିଲେ ଗଣଶିକ୍ଷା ମନ୍ତ୍ରୀ ।