କନକ ବ୍ୟୁରୋ : ବସ୍ ଭିତରେ ଲକଜୁରୀ ଘର । ପାଖାପାଖି ୨୭୦ ସ୍କୋୟାର ଫୁଟର ସ୍କୁଲ ବସ ଏକ ଲକଜୁରୀ ଘରରେ ପରିଣତ ହୋଇଛି । ଆଉ ଏଥିପାଇଁ ଖର୍ଚ୍ଚ ହୋଇଛି ପାଖାପାଖି ୩୫ ହଜାର ଡଲାର ଅର୍ଥାତ ୨୫ ଲକ୍ଷ ଟଙ୍କା । ଆଉ ଏହି ଘରେ ରହୁଛନ୍ତି ଜେଫ୍, ତାଙ୍କ ପତ୍ନୀ ଏନା ବେଟରଟନ, ତାଙ୍କର ୫ଜଣ ଛୁଆ, ଦୁଇଟି କୁକର ଏବଂ ଗୋଟିଏ ବିଲେଇ ।
ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବସ ଭିତରେ ବେଡ୍ ରୁମ୍ ସମେତ, ବାଥରୁମ୍, ଟଏଲେଟ୍, ରେନ୍ ଫଲ୍ ସାୱାରର ମଧ୍ୟ ବ୍ୟବସ୍ଥା ରହିଛି । ତେବେ ବସ ଭିତରେ ଥିବା ଏହି ଘରର ଫଟୋ ସୋସିଆଲ ମିଡିଆରେ ଏବେ ବେଶ ଭାଇରାଲ ହେଉଛି । ବସ ଭିତରେ ଘର ଭଳି ସମସ୍ତ ସୁବିଧା ରହିଛି ।
କିଚେନ୍ ଠାରୁ ଆରମ୍ଭ କରି ଏକ କିଙ୍ଗ ସାଇଜ୍ ବେଡ୍ ରୁମ୍ ମଧ୍ୟ ଏହି ବସ ଭିତରେ ରହିଛି । ଭିତରୁ ଦେଖିଲେ ଆପଣ ଅନୁମାନ ବି କରିପାରିବେ ନାହିଁ ଯେ, ଆପଣ ଏକ ବସ୍ ଭିତରେ ଅଛନ୍ତି । ତେବେ ଏହି ଲକଜୁରୀ ଘରର ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/bus.png)