୩୫ ପିଲାଙ୍କୁ ନେଇ ଯାଉଥିବା ବେଳେ ଓଲଟିଲା ବସ୍: ୧୨ରୁ ଅଧିକ ଆହତ

200

କନକ ବ୍ୟୁରୋ: ୩୫ ପିଲାଙ୍କୁ ନେଇ ଯାଉଥିବା ବେଳେ ଓଲଟିପଡିଲା ସ୍କୁଲ ବସ । ଗଛରେ ଧକ୍କା ହେବାପରେ ନିୟନ୍ତ୍ରଣ ହରାଇ ବସ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା । ଏଥିରେ ୧୨ରୁ ଅଧିକ ପିଲା ଆହତ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ପିଲାମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଭଳି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶରେ ।
ଉତ୍ତର ପ୍ରଦେଶ ଆମେଠିରେ ଥିବା ଦୟାରାମ ମେମୋରିଆଲ ସ୍କୁଲର ଏକ ବସ ଆମେଠି କସବେରୁ ପିଲାଙ୍କୁ ନେଇ ସ୍କୁଲ ଯାଉଥିଲା । ସେହି ସମୟରେ କୁଶିତାଲି ନିକଟରେ ନିୟନ୍ତ୍ରଣ ହରାଇ ଗଛରେ ପିଟି ହୋଇଯାଇଥିଲା ବସ । ପିଲାମାନଙ୍କ ଚିତ୍କାର ଶୁଣି ଘଟଣା ସ୍ଥଳରେ ଗାଁ ଲୋକ ପହଞ୍ଚିବା ସହ ପୋଲିସକୁ ସୂଚନା ଦେଇଥିଲେ ।

ଏହି ବସରେ ୩୫ ଜଣ ପିଲା ରହିଥିଲେ । ୧୨ରୁ ଅଧିକ ଆହତ ହୋଇଛନ୍ତି । କାହାର ହାତ ଭାଙ୍ଗି ଯାଇଛି ତ କାହାର ମୁଣ୍ଡ ଫାଟିଯାଇଥିବା ଦେଖିବାକୁ ମିଳିଛି । ସୂଚନା ପାଇ ଘଟଣା ସ୍ଥଳରେ ପିଲାମାଙ୍କ ଅବିଭାବକ ମଧ୍ୟ ପହଞ୍ଚିଛନ୍ତି ।