ଭଙ୍ଗାଯାଇପାରେ ବାହାନଗା ସ୍କୁଲ ଘର। ଜିଲ୍ଲାପାଳ କହିଲେ, ଭୟଭୀତ ହେବାର ନାହିଁ ଆବଶ୍ୟକ

2,139

କନକ ବ୍ୟୁରୋ: ବାହାନଗା ହାଇସ୍କୁଲରେ ପାଠ ପଢୁଥିବା ପିଲାମାନେ ସ୍କୁଲକୁ ଯିବାକୁ ହେଉଛନ୍ତି ଅମଙ୍ଗ । ସ୍କୁଲକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ଏବେ ଭୟ ପଶିଛି । ଏଥିପାଇଁ ସ୍କୁଲରେ ପହଞ୍ଚି ଅଭିଭାବକ ସହ ଆଲୋଚନା କରିଛନ୍ତି ବାଲେଶ୍ୱର ଜିଲ୍ଲାପାଳ । ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିବା ବେଳେ ପିଲାଙ୍କୁ ଅଧିକ ଭୟଭୀତ ନକରାଇବାକୁ ଅନୁରୋଧ କରିଛନ୍ତି।

ଭୂତ ପ୍ରେତ ଉପରେ ବିଶ୍ୱାସ ନକରି ପିଲାଙ୍କୁ ସଚେତନ କରାଯାଉ । ତାଙ୍କ ମୁଣ୍ଡରୁ ଏହି ସବୁ ଘଟଣା ବାହାର କରାଯିବା ଦରକାର । ଖାସ କରି ମିଡିଆକୁ ମଧ୍ୟ ଏହି ଘଟଣାର ପ୍ରଚାର ପ୍ରସାର ନକରିବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ । ତେବେ ଯଦି ମୃତଦେହ ରଖାଯାଇଥିବା ଘଟଣା ନେଇ ଏହି ସବୁ ସମସ୍ୟା ବଢୁଛି ତାହେଲେ ସ୍କୁଲ ଘରକୁ ବି ଭଙ୍ଗାଯାଇପାରେ ବୋଲି ଆଲୋଚନା କରିଛନ୍ତି ଜିଲ୍ଲାପାଳ । ଅଭିଭାବକଙ୍କ ସହ ଆଲୋଚନା କରାଯାଇ ପିଲାଙ୍କ ମନରୁ ଭୟ ବାହାର କରିଦିଆଯିବା ଜରୁରୀ ବୋଲି କହିଛନ୍ତି ଜିଲ୍ଲାପାଳ ।