ହଠାତ୍ ବିଦ୍ୟାଳୟ ପରିଦର୍ଶନରେ ପହଁଚିଲେ ଗଣଶିକ୍ଷା ମନ୍ତ୍ରୀ । ବିଳମ୍ବିତ ଶିକ୍ଷକଙ୍କୁ ମାଗିଲେ କୈଫୟତ

ହଠାତ୍ ବିଦ୍ୟାଳୟ ପରିଦର୍ଶନରେ ପହଁଚିଲେ ଗଣଶିକ୍ଷା ମନ୍ତ୍ରୀ । ବିଳମ୍ବିତ ଶିକ୍ଷକଙ୍କୁ ମାଗିଲେ କୈଫୟତ

କନକ ବ୍ୟୁରୋ: କିଭଳି ଚାଲିଛି ରାଜ୍ୟର ବିଦ୍ୟାଳୟରେ ପାଠ୍ୟକ୍ରମ ? କେତେବେଳେ ସ୍କୁଲକୁ ଆସୁଛନ୍ତି ଆଉ ଯାଉଛନ୍ତି ଶିକ୍ଷକ ? ଏଭଳି କିଛି ଦିଗ ଉପରେ ଗୁରୁତ୍ୱ ଦେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଅଚାନକ୍ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସୂଚନା ମୁତାବକ, ଭୁବନେଶ୍ୱରସ୍ଥିତ ପ୍ରାଥମିକ ଶିକ୍ଷକ ଶିକ୍ଷାନୁଷ୍ଠାନରେ ପହଁଚି ଏହାର ପ୍ରାଥମିକ ଯାଞ୍ଚ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଏପରିକି ବିଳମ୍ବରେ ଆସିଥିବା ଶିକ୍ଷକମାନଙ୍କୁ କୈଫୟତ ତଲବ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ।

publive-imageଏହାସହ ଶିକ୍ଷାନୁଷ୍ଠାନରେ ଚାଲିଥିବା ନିର୍ମାଣ କାର୍ଯ୍ୟର ତଦାରଖ କରିବା ସହିତ ଗଣଶିକ୍ଷାମନ୍ତ୍ରୀ ଅନୁଷ୍ଠାନରେ ନିୟମିତ ଶିକ୍ଷକ ପଦବୀ ଖାଲିଥିବାର ଅବଗତ ହୋଇଥିଲେ । ସେହିପରି ୟୁନିଟ୍-୬ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ମଧ୍ୟ ପରିଦର୍ଶନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଏହି ସମୟରେ ଶ୍ରେଣୀଗୃହ ବୁଲି ଛାତ୍ରୀମାନଙ୍କ ପାଠପଢ଼ା ଦେଖିବା ସହିତ ପ୍ରଦାନ କରାଯାଉଥିବା ଉତଥାନ ଓ ଉତ୍କର୍ଷ କାର୍ଯ୍ୟକ୍ରମ ଉପରେ ପଚାରି ବୁଝିଥିଲେ ବିଭାଗୀୟ ମନ୍ତ୍ରୀ ।

sameerଅନ୍ୟପଟେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଓ ପରିବେଷଣ କିଭଳି ଚାଲିଛି ବୋଲି ତାହାର ମଧ୍ୟ ତର୍ଜମା କରିଥିଲେ । ତେବେ ଚଳିତ ବର୍ଷ ବିଭିନ୍ନ ବିଦ୍ୟାଳୟ ଗୁଡ଼ିକରେ ଗତ ବର୍ଷ ଅପେକ୍ଷା ନମ୍ବର ପ୍ରତିଶତରେ ହ୍ରାସ ହୋଇଥିଲା । ଏପରିକି କମ୍ ଉପସ୍ଥାପନ ଥିବା ୯ଶହରୁ ଉଦ୍ଧ୍ୱର୍ ବିଦ୍ୟାଳୟ ଗୁଡ଼ିକରେ ତାଲା ଝୁଲାଇଥିଲେ ରାଜ୍ୟ ସରକାର । ଆଉ ଦାୟିତ୍ୱ ନେବା ଦିନଠାରୁ ହିଁ ଶିକ୍ଷା କ୍ଷେତ୍ରରେ କିଭଳି ଉନ୍ନତି ହୋଇପାରିବ ସେନେଇ ଆକ୍ଟିଭ୍ ମୋଡରେ ଥିବା ଗଣଶିକ୍ଷା ମନ୍ତ୍ରୀ ଆଜି ଅଚାନକ୍ ବିଦ୍ୟାଳୟକୁ ପରିଦର୍ଶନ କରି ସ୍କୁଲ ଗୁଡ଼ିକୁ ସଠିକ୍ ସମୟରେ ଶିକ୍ଷକମାନେ ଆସିବାକୁ ଏକ ପ୍ରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe