ଜେଲର ଅନ୍ଧାରୀ କୋଠରୀରେ ଝିଅକୁ ଜନ୍ମ ଦେଇଥିଲେ ମା : ଝିଅ ବଡ ହୋଇ ଚତୁର୍ଥ ଶ୍ରେଣୀରେ ରଖିଛି ୯୪ ପ୍ରତିଶତ ମାର୍କ, ମାଓ ସମର୍ଥକ ଅଭିଯୋଗରେ ବାପା, ମା ହୋଇଥିଲେ ଗିରଫ

28

କନକ ବ୍ୟୁରୋ : ଜେଲର ଅନ୍ଧାରୀ କୋଠରୀ ଦିନେ ସେହି ଝିଅ ପାଇଁ ସାଜିଥିଲା ଏନ୍ତୁଡିଶାଳ । ଜେଲର କାଳକୋଠରୀ କୁଆଁ କୁଆଁ ରାବରେ ଫାଟି ପଡିଥିଲା । ଏବେ ସେହି ଝିଅ ବଡ ହେଲାଣି । ୫ ବର୍ଷ ୬ ମାସ ଶୈଶବକୁ ଜେଲରେ କାଟି ଘରକୁ ଫେରିବା ପରେ ସେହି ଝିଅ ଚତୁର୍ଥ ଶ୍ରେଣୀରେ ୯୪ ପ୍ରତିଶତ ମାର୍କ ରଖି ପାସ କରିଛି । ଏଭଳି ଘଟଣା ସାମ୍ନାକୁ ଆସିଛି ନୟାଗଡ ରଣପୁରରେ । ରଣପୁରର କମଳ ଲୋଚନ ସେଠୀ ଓ ତାଙ୍କ ସ୍ତ୍ରୀ ସୁଜାତା ସେଠୀ ମାଓ ସମର୍ଥକ ଅଭିଯୋଗରେ ୨୦୦୮ ମସିହାରେ ଗିରଫ ହୋଇଥିଲେ । ଆଉ ୩ ମାସ ପରେ ଜେଲରେ ଝିଅକୁ ଜନ୍ମ ଦେଇଥିଲେ ସୁଜାତା । ବାପା, ମା ଝିଅକୁ ଘରକୁ ନେବା ପାଇଁ କେତେ ନେହୁରା ହୋଇଥିଲେ ବି ଆଇନର ଅନ୍ଧ ଗଳି ଭିତରେ ଫସିଯାଇଥିଲା କୋମଳମତୀ ଶିଶୁଟି । ଏବେ ଜେଲରୁ ଆସିବା ପରେ ଚତୁର୍ଥ ଶ୍ରେଣୀରେ ୯୪ ପ୍ରତିଶତ ମାର୍କ ରଖିଛି ସେହି ଝିଅ ।