କନକ ବ୍ୟୁରୋ : ରାଜ୍ୟରେ ଚାଷୀଙ୍କ ସମସ୍ୟା ବଢିଚାଲିଛି । ଅଦିନିଆ ବର୍ଷା କାରଣରୁ ଫସଲ ନଷ୍ଟ ହେଉଛି । ଋଣ କରି ଚାଷ କରୁଥିବା ଚାଷୀ ଋଣ ସୁଝିନପାରି ହତାସ ହେଉଛି । ତେବେ ଋଣ ପରିଶୋଧ ପାଇଁ ସରକାର ଚାଷୀଙ୍କ ପାଇଁ କେଉଁ କେଉଁ ପ୍ରୋତ୍ସାହନ ବ୍ୟବସ୍ଥା କରିଛନ୍ତି ବୋଲି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ପ୍ରଶ୍ନ କରିଛନ୍ତି ବିଧାୟକ ନାଉରୀ ନାୟକ ।
ସେପଟେ ତଥ୍ୟ ରଖିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ତଥ୍ୟ ଅନୁଯାୟୀ, ମାର୍ଚ୍ଚ ମାସ ୨୦୨୧ ସୁଦ୍ଧା ରାଜ୍ୟରେ ୬ଲକ୍ଷ ୭୮ ହଜାର ୪୩୦ ଚାଷୀ ଏବେ ବି ଋଣ ପରିଶୋଧ କରିପାରିନାହାନ୍ତି । ଏଥିମଧ୍ୟରୁ ୫ଲକ୍ଷ ୮୭ ହଜାର ୨୪୦ ନାମମାତ୍ର, କ୍ଷୁଦ୍ର ଓ ମଧ୍ୟମ ଚାଷୀ ଅଛନ୍ତି । ଏହାସହିତ ବକେୟା ଚାଷୀ ଋଣ ପରିଶୋଧ କରି ଆବଶ୍ୟକତା ଅନୁଯାୟୀ ନୂତନ ଫସଲ ଋଣ ନେବା ସହ ନିର୍ଦ୍ଧାରିତ ସମୟରେ ଋଣ ପରିଶୋଧ କରି ସରକାରଙ୍କ ଫସଲ ଋଣ ସୁଧ ରିହାତି ଯୋଜନାରେ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଏବଂ ୫୦ ହଜାର ୧ ଟଙ୍କାରୁ ୩ଲକ୍ଷ ପର୍ଯ୍ୟନ୍ତ ଋଣ ଉପରେ ୨ପ୍ରତିଶତ ହାରରେ ସୁବିଧା ନେବା ପାଇଁ ଚାଷୀଙ୍କୁ ସଚେତନ କରାଯାଇଛି ବୋଲି ବିଧାୟକ ନାଉରୀ ନାୟକଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ କହିଛନ୍ତି ।
ଋଣ ପରିଶୋଧ ପାଇଁ ସରକାର ଚଷୀଙ୍କୁ କି କି ପ୍ରୋତ୍ସାହନ ବ୍ୟବସ୍ଥା ଦେଇଛନ୍ତି ? ବିଧାୟକ ନାଉରୀ ନାୟକଙ୍କ ପ୍ରଶ୍ନର ଉତ୍ତର ରଖିଲେ ସମବାୟ ମନ୍ତ୍ରୀ
/kanak/media/post_attachments/wp-content/uploads/2021/12/35-6.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)