ଓମିକ୍ରନକୁ ନେଇ ସତର୍କ ଭୁବନେଶ୍ୱର ବିମାନବନ୍ଦର: ନିର୍ଦ୍ଦେଶକ କହିଲେ, ବିଦେଶରୁ ଆସୁନି ସିଡ୍ୟୁଲ ବିମାନ 

ଓମିକ୍ରନକୁ ନେଇ ସତର୍କ ଭୁବନେଶ୍ୱର ବିମାନବନ୍ଦର: ନିର୍ଦ୍ଦେଶକ କହିଲେ, ବିଦେଶରୁ ଆସୁନି ସିଡ୍ୟୁଲ ବିମାନ 

photo courtesy - google

କନକ ବ୍ୟୁରୋ: ଡିସେମ୍ବର ୧୫ରୁ ଅନ୍ତର୍ଜାତୀୟ ବିମାନ ଯାତ୍ରା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ହେଲେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ପାଇଁ ଏବେ ଚିନ୍ତାରେ ସରକାର। ଡେଲଟା ଭାରିଆଣ୍ଟଠାରୁ ଓମିକ୍ରନ୍ ଅଧିକ ମାରାତ୍ମକ ହୋଇଥିବାରୁ ଡିସେମ୍ବର ୧୫ରୁ ଅନ୍ତର୍ଜାତୀୟ ବିମାନ ଯାତ୍ରା ଆରମ୍ଭ ହେବ କି ନାହିଁ ସେ ନେଇ ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଉଚ୍ଚସ୍ତରୀୟ ବୈଠକ କରିଥିଲା।

ଏହି  ବୈଠକରେ ଭର୍ଚୁଆଲ ମୋଡରେ ଯୋଗ ଦେଇଥିବା ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରିଆ କହିଛନ୍ତି ଯେ, ତାଲିକାଭୁକ୍ତ ଦେଶରୁ ଆସୁଥିବା ବିମାନକୁ ଏବେ ନିଷେଧ କରାଯାଇଛି। ଏବେ ବିଦେଶରୁ ସିଡ୍ୟୁଲ ବିମାନ ଭୁବନେଶ୍ୱରକୁ ଆସୁ ନାହିଁ। କୋଭିଡ ସଂକ୍ରମଣ ପରଠାରୁ ସିଡ୍ୟୁଲ ବିମାନ ଚଳାଚଳ ବନ୍ଦ ରହିଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଡିସେମ୍ବର ୧୫ରେ ଅନ୍ତର୍ଜାତୀୟ ବିମାନ ଯାତ୍ରା ଆରମ୍ଭ ହେବା ପରେ ବିଦେଶରୁ ସିଡ୍ୟୁଲ ବିମାନ ଆସିବାର ସମ୍ଭାବନା ଅଛି। ହେଲେ ଭୁବନେଶ୍ବରକୁ ମାସେ ମଧ୍ୟରେ ସିଡ୍ୟୁଲ ବିମାନ ଆସିବାର ପ୍ରସ୍ତାବ ନାହିଁ। ଯଦି ଆସେ ତେବେ ଯାତ୍ରୀଙ୍କ କରୋନା ପରୀକ୍ଷା କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବୁ। ହେଲେ ନନସିଡ୍ୟୁଲ ବିମାନ ଆସିଲେ ଏହାକୁ ଭୁବନେଶ୍ବରରେ ଅବତରଣ କରିବାକୁ ଦିଆଯିବ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦିଲ୍ଲୀରୁ ଭୁବନେଶ୍ବର ଆସୁଥିବା ଯାତ୍ରୀଙ୍କର ସ୍କ୍ରିନିଂ କରାଯାଉଛି। ଯଦି ଲକ୍ଷଣ ଦେଖାଯାଏ ତେବେ ସେଠାରେ ସେମାନଙ୍କୁ ଅଟକାଇ ଦିଆଯିବ। ଏଭଳି ସ୍ଥିତିରେ ସଂକ୍ରମିତ ଓଡ଼ିଶା ଆସିବାର ସମ୍ଭାବନା କମ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe