କନକ ବ୍ୟୁରୋ : ଭୁବନେଶ୍ୱର ଇନ୍ଦିରା କଲୋନୀରେ ଲିଙ୍ଗିପୁର ଏଟିଏମ ଲୁଟ ଘଟଣାରେ ହେଲା କ୍ରାଇମ ରିକ୍ରିଏସନ । ଘଟଣା ସ୍ଥଳକୁ ଯାଇ ଡେମୋ ଦେଖାଇଛନ୍ତି ୨ ଲୁଟେରା । ଏଟିଏମ୍ ତାଡ଼ିବା, ଏଟିଏମରୁ ଟଙ୍କା ଲୁଟ କରିବା, ପରେ ଏଟିଏମକୁ ନେଇ ଦୟାନଦୀରେ ଫୋପାଡ଼ିବାର ପୁରା ସିନ୍ ରିକ୍ରିଏସନ କରିଛନ୍ତି ଲୁଟେରା ।

Advertisment

ଗତ ୪ ତାରିଖରେ ଭୁବନେଶ୍ୱର ଇନ୍ଦିରା କଲୋନୀରେ ଥିବା ଏଟିଏମକୁ ତାଡି ନେଇ ଦୟା ନଦୀରେ ଫୋପାଡି ଦେଇଥିଲେ ଦୁବୁର୍ତ । ୨ ଲୁଟେରାଙ୍କୁ ବାଙ୍ଗଲୋରରୁ ଗିରଫ କରାଯାଇଥିଲା । ଓଡିଶାରେ ପ୍ରଥମ ଥର ପାଇଁ ଘଟିଥିଲା ଏଭଳି ଘଟଣା, ପୂରା ଏଟିଏମ ମେସିନକୁ ତାଡି ନେଇଯାଇଥିଲେ ଦୁବୁର୍ତ । ପୂର୍ବରୁ ଦିଲ୍ଲୀରେ ବି ଏଭଳି ଘଟଣା ଘଟିଥିବା ବେଳେ ପୋଲିସ ଏହି ଗ୍ୟାଙ୍ଗକୁ ଖୋଜୁଥିଲା । ତେବେ ଏହି ଲୁଟେରା ଗ୍ୟାଙ୍ଗର ସମସ୍ତ ସଦସ୍ୟ ବାଂଲାଦେଶୀ ବୋଲି ଜଣାପଡିଛି ।