କନକ ବ୍ୟୁରୋ : ଦେଶ ପାଇଁ ସୁନା ଆଣିଲେ ବଣ୍ଡା ଯୁବକ । ପ୍ରଥମ ଅନ୍ତର୍ଜାତୀୟ ଖୋ ଖୋ ଟୁର୍ଣ୍ଣାମେଂଟରେ ଗୋଲ୍ଡ ମେଡାଲ ଆଣି ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ମାଲକାନଗିରି ଜିଲ୍ଲାର ବଣ୍ଡା ଯୁବକ ଅଜୟ ମାନ୍ଦ୍ରା । ସେପ୍ଟେମ୍ବର ୪ ରୁ ୮ ତାରିଖ ମଧ୍ୟରେ ଇଂଲଣ୍ଡରେ ଖୋ ଖୋ ଫେଡେରେସନ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଅଜୟ ଭାରତ ପାଇଁ ଗୋଲ୍ଡ ମେଡାଲ ଆଣିଛନ୍ତି । ଚଳିତ ସେପ୍ଟେମ୍ବର ମାସରେ ଇଂଲଣ୍ଡର ରାଜଧାନୀ ଲଣ୍ଡନ ଠାରେ ଆୟୋଜିତ ପ୍ରଥମ ଅନ୍ତର୍ଜାତୀୟ ଖୋ ଖୋ ଟୁର୍ନାମେଂଟରେ ଅପହଂଚ ବଣ୍ଡା ଘାଟିର ବଣ୍ଡା ଯୁବକ ଅଜୟ ମାନ୍ଦ୍ରା ଙ୍କ ନେତୃତ୍ୱରେ ସ୍ୱର୍ଣ ପଦକ ଜିତିଛି ଭାରତ ।
ନୀଳ ରଙ୍ଗର ୯ ନମ୍ବର ଜର୍ସୀ ରେ ଭାରତ ପାଇଁ ଖୋ ଖୋ ଖେଳି ପଡିଆ ରେ ଦମ୍ଭ ଦେଖାଉଛନ୍ତି ଅଜୟ । ଆୟୋଜକ ଇଂଲଣ୍ଡ କୁ ଫାଇନାଲ ମ୍ୟାଚ ରେ ମାତ ଦେଇ ପ୍ରଥମ ଅନ୍ତର୍ଜାତୀୟ ଖୋ ଖୋ ପ୍ରତିଯୋଗିତ ରେ ଚ୍ୟାମ୍ପିୟନ ହୋଇ ପାରିଛି ଭାରତୀୟ ଦଳ । ଓଡିଶା ରେ କେବଳ ଏହି ବଣ୍ଡା ଆଦିବାସୀ ଯୁବକ ଖୋ ଖୋ ଦଳ ରେ ସ୍ଥାନ ପାଇ ଥିବା ବେଳେ ଦେଶ ଓ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣି ପାରିଛି ଏହି ପାହାଡିଆ ଯୁବକ । ପାହଡିଆ ବଣ୍ଡା ଘାଟି ସ୍ଥିତ ଦାନ୍ତିପଡା ଗାଁ ରେ ରୁହନ୍ତି ଆଜୟ ମାନ୍ଦ୍ରା ଙ୍କ ପରିବାର । ଘର କହିଲେ ଏହି ଭଙ୍ଗା ଦଦରା ମାଟି କାନ୍ଥର ଘର ଟିଏ । ତେବେ ଏହି ଆଦିମ ଜନଜାତୀ ବଣ୍ଡା ସମ୍ପ୍ରଦାୟ ର ଯୁବକ ଦେଶ ପାଇଁ ଏତେ ବଡ ଖ୍ୟାତି ଆଣି ଥିବା ବେଳେ ପ୍ରଶାସନ କିନ୍ତୁ ତା ଦାୟିତ୍ୱ ଭୁଲିଯାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/Gold-2.jpg)
/kanak/media/post_attachments/wp-content/uploads/2018/09/vlcsnap-2018-09-17-11h35m12s864-300x220.png)