କନକ ବ୍ୟୁରୋ: ଗତ ସପ୍ତାହରେ ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ଏବଂ ସୁପ୍ରିମକୋର୍ଟର ବାର ଆସୋସିଏସନ ଅଧ୍ୟକ୍ଷ ବିକାଶ ସିଂହଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ମାମଲାର ଶୁଣାଣି ବେଳେ ଉଭୟ ସାମ୍ନାସାମ୍ନି ହୋଇଯାଇଥିଲେ । ଏହାକୁ ନେଇ ପରେ ବରିଷ୍ଠ ଆଇନଜୀବୀ କପିଲ ସିବଲ, ନିରଜ କିଶନ କୌଲ ସିଜେଆଇଙ୍କୁ କ୍ଷମା ମାଗିଥିଲେ । ତେବେ ବର୍ତ୍ତମାନ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟର ବାର ଆସୋସିଏସନ ଅଧ୍ୟକ୍ଷଙ୍କ ସମର୍ଥନରେ ଏକଜୁଟ ହୋଇଛନ୍ତି । ବାର ଆସୋସିଏନ ବୈଠକରେ ଉଭୟ ଆଇନଜୀବୀଙ୍କୁ ସ୍ପଷ୍ଟୀକରଣ ମଗାଯାଇଛି ।
ମାର୍ଚ୍ଚ ୬ତାରିଖରେ ଆୟୋଜିତ ବୈଠକରେ ବାର ଆସୋସିଏସନ ତରଫରୁ ବୟାନ ଜାରି କରାଯାଇଥିଲା । ଏଥିରେ କୁହାଯାଇଥିଲା ସଂଘର ୧୮୪ ସଦସ୍ୟ ସଭାପତିଙ୍କ ପ୍ରତି ସମର୍ଥନ ରଖି ପ୍ରସ୍ତାବ ରଖିଥିଲେ । ୨୩୫ ଜଣ ସଦସ୍ୟ କପିଲ ସିବଲ ଏବଂ କୌଲଙ୍କୁ ସ୍ପଷ୍ଟୀକରଣ ମାଗିବା ପ୍ରସ୍ତାବର ସମର୍ଥନ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/baiskaa.jpg)