ମେଡିକାଲରେ ବୃଦ୍ଧଙ୍କୁ ମାଡ ଘଟଣାର ଭିଡିଓ ଭାଇରାଲ ପରେ ତନାଘନା । ରାଜ୍ୟ ମାନବଧିକାର କମିଶନ କରୁଛନ୍ତି ତଦନ୍ତ

Advertisment
ଏସସିବିରେ ନୂଆ ଇତିହାସ । ମୃତ ଯୁବତୀଙ୍କ ଦେହରୁ କିଡନୀ କାଢି ପ୍ରତିରୋପଣ ପାଇଁ ଉଦ୍ୟମ । ମଧ୍ୟରାତ୍ରିରେ ଭୁବନେଶ୍ୱରରୁ କଟକ ବଡ ଡାକ୍ତରଖାନାକୁ ଆସିଲା କିଡନୀ

କନକ ବ୍ୟୁରୋ : କଟକ ବଡ଼ ଡାକ୍ତରଖାନା ଅସହାୟ ୱାର୍ଡରେ ଜଣେ ବୃଦ୍ଧ ରୋଗୀଙ୍କୁ ଦୁଇଜଣ ସହାୟିକା ବାଡ଼ିଧରି ଧମକାଉଥିବାର ଭିଡ଼ିଓ ଭାଇରାଲ୍ ଘଟଣା ତଥା ବୃଦ୍ଧଙ୍କୁ ସେ ଦୁହେଁ ମାଡ଼ ମାରିବା ଅଭିଯୋଗର ରାଜ୍ୟ ମାନବଧିକାର କମିସନ ସଦସ୍ୟ ଅସୀମ ଅମିତାଭ ଦାଶ ତଦନ୍ତ କରିଛନ୍ତି। ଶ୍ରୀ ଦାଶ ବଡ଼ ଡାକ୍ତରଖାନାରେ ପହଞ୍ଚି ଘଟଣା ସହ ସଂପୃକ୍ତ ବିଭିନ୍ନ ବ୍ୟକ୍ତିଙ୍କୁ ପଚରାଉଚରା କରିବା ସହ ସୁରକ୍ଷାକର୍ମୀ ଯୋଗାଉଥିବା ସଂସ୍ଥା ଓ ସହାୟିକା ଯୋଗାଉଥିବା ସଂସ୍ଥା ଉପରେ ପ୍ରବଳ ବର୍ଷିଛନ୍ତି। ସୁରକ୍ଷାକର୍ମୀ ଓ ସହାୟିକା ଯୋଗାଉଥିବା ସଂସ୍ଥାଦ୍ବୟ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସେ ଏସସିବି କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେବା ସହ ଅସହାୟ ରୋଗୀଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ନେବାକୁ ତାଗିଦ୍ କରିଛନ୍ତି।

publive-imageୱାର୍ଡ ପରିଦର୍ଶନ କରିବା ସହ ଭିଡିଓରେ ଥିବା ବୃଦ୍ଧ ଅସହାୟ ରୋଗୀଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲେ ଓ ଅନ୍ୟ ରୋଗୀମାନଙ୍କୁ ଭେଟିଥିଲେ। ପୋକ ସାଲୁବାଲୁ ହୋଇ ପଡିଥିବା ଅସହାୟ ରୋଗୀଙ୍କୁ ଦେଖି ସେମାନଙ୍କ ଚିକିତ୍ସା ଓ ଯତ୍ନ ସମ୍ପର୍କରେ ଶ୍ରୀ ଦାଶ ଏସସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜ କାନ୍ତ ସାହୁଙ୍କ ସହ ଆଲୋଚନା କରିଥିଲେ। ଏହାପରେ ସେ ଭାଇରାଲ୍ ହୋଇଥିବା ଭିଡ଼ିଓ ସମ୍ପର୍କରେ ପଚରାଉଚରା କରିଥିଲେ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପାର୍ବତୀ ସାମଲ ପୂର୍ବରୁ ଟିକ୍ଟକ୍ ଭିଡିଓ କରି ଚାକିରିରୁ ବିଦା ହୋଇଥିଲେ। ଏବେ ପୁଣି ଚାକିରିରେ ଯୋଗଦେଇ ଏପରି କାର୍ଯ୍ୟ କରିଥିବା ପାର୍ବତୀଙ୍କୁ କମିସନ ସଦସ୍ୟ ଖୋଜିବାରୁ ସଂସ୍ଥାର ମୁଖ୍ୟ କହିଥିଲେ ଯେ, ପାର୍ବତୀ ଅନୁଗୁଳ ପଳାଇଛନ୍ତି।

ଏଥିରେ ବିରକ୍ତ ହୋଇ ଶ୍ରୀ ଦାଶ ତାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିବା ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ, ମାମଲା ରୁଜୁ ହେବା କଥା ଶୁଣିବାର ମାତ୍ର ୫ମିନିଟ୍ ଭିତରେ ପାର୍ବତୀ କମିସନଙ୍କ ପାଖରେ ହାଜର ହୋଇ ଯାଇଥିଲେ। କମିସନ ପାର୍ବତୀଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ସେ ପୂର୍ବର ଟିକ୍ଟକ୍ ଭିଡ଼ିଓ କଥା ସ୍ବୀକାର କରିବା ସହ ଏଥର ବାଡ଼ି ଧରିବା ଅଭିଯୋଗକୁ ବି ସ୍ବୀକାର କରିଥିଲେ। ତେବେ, ବୃଦ୍ଧଙ୍କୁ ମାରିବା ଅଭିଯୋଗକୁ ସେ ସ୍ବୀକାର କରି ନ ଥିଲେ। ହେଲେ, ଅସହାୟ ରୋଗୀଙ୍କ ୱାର୍ଡକୁ ବାଡି କେମିତି ଗଲା ଓ ତାକୁ କିଏ ତଥା କାହିଁକି ନେଇଥିଲା, ତାହା ଅନ୍ୟ ଏକ ପ୍ରଶ୍ନକୁ ଜନ୍ମ ଦେଇଛି। ସୁରକ୍ଷାକର୍ମୀ ଓ ସହାୟିକାମାନେ ଆଉଟସୋର୍ସିଂରେ ରହୁଥିବାରୁ ସେମାନଙ୍କୁ ତୁରନ୍ତ ତାଲିମ୍ ଦେବାର ବ୍ୟବସ୍ଥା କରିବା ପାଇଁ ଶ୍ରୀ ଦାଶ ଏସସିବି ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe