କଟକ ଏସସିବରେ ରୋଗୀଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତ ଡାକ୍ତର ଠାକୁର ଦିଲବାଗ ସିଂ ଗିରଫ

Advertisment
କଟକ ଏସସିବରେ ରୋଗୀଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତ ଡାକ୍ତର ଠାକୁର ଦିଲବାଗ ସିଂ ଗିରଫ

କନକ ବ୍ୟୁରୋ: କଟକ ଏସସିବରେ ରୋଗୀଙ୍କୁ ଦୁଷ୍କର୍ମ ମାମଲା । ଅଭିଯୁକ୍ତ ଡାକ୍ତର ଠାକୁର ଦିଲବାଗ ସିଂ ଗିରଫ । ସିନିୟର ରେସିଡେଣ୍ଟ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ । ୨ ବର୍ଷ ହେଲା କାର୍ଡିଓଲୋଜୀ ବିଭାଗରେ ଥିଲେ ଡାକ୍ତର । ମହିଳାଙ୍କୁ ନିର୍ଯାତନା, ଦୁଷ୍କର୍ମକୁ ନେଇ ସାରା ଦେଶରେ ଏବେ ବିକ୍ଷୋଭ ପ୍ରତିବାଦ କରାଯାଉଥିବାବେଳେ ଆମ ରାଜ୍ୟରେ ସେମିତି ଏକ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି। କଟକ ବଡମେଡିକାଲ। ଚିକିତ୍ସା ପାଇଁ ଯେଉଁଠିକୁ ପ୍ରତିଦିନ ହଜାର ହଜାର ଲୋକ ବିଶ୍ବାସର ସହ ଧାଇଁ ଆସନ୍ତି, ସେହି ହସ୍ପିଟାଲରୁ ଆସିଛି ଏକ ଲଜ୍ଜାଜନକ ଘଟଣା । ଚିକିତ୍ସା ପାଇଁ ଆସିଥିବା ଦୁଇ ମହିଳାଙ୍କୁ ଡାକ୍ତର ଦୁଷ୍କର୍ମ କରିଥିବା ସାଂଘାତିକ ଅଭିଯୋଗ ହୋଇଛି। ଘଟଣାରେ ସମ୍ପୃକ୍ତ ଡାକ୍ତରଙ୍କୁ ଗିରଫ କରାଯାଇଛି। ସେପଟେ, ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରିଛି ସ୍ୱାସ୍ଥ୍ୟ ବିଭାଗ। ଡିଏମଇଟି ସନ୍ତୋଷ ମିଶ୍ର ଅଧ୍ୟକ୍ଷତାରେ ଏହି କମିଟିରେ ଯୁଗ୍ମ ଡିଏମଇଟି ରୋମା ରତନ ଓ ଏସସିବି ଅଧୀକ୍ଷକ ସୁଧାଂସୁ ମିଶ୍ର ରହିଛନ୍ତି।

କଟକ ବଡ ମେଡିକାଲରେ ମହାପାପ । ଇସିଜି କରିବା ବେଳେ ଅସଦାଚରଣ ଓ ଦୁଷ୍କର୍ମ ଅଭିଯୋଗ ମାମଲାରେ ଗିରଫ ହେଲେ ଡାକ୍ତର ଦିଲବାଗ ସିଂହ । ଏପଟେ ତଦନ୍ତ ପାଇଁ ଡିଏମଇଟିଙ୍କ ଅଧ୍ୟକ୍ଷତାରେ ଗଠନ ହେଲା କମିଟି ।

ଡାକ୍ତରଙ୍କୁ ଦ୍ବିତୀୟ ଭଗବାନ ଭାବେ ଲୋକେ ବିଶ୍ବାସ କରନ୍ତି, ସେହି ଡାକ୍ତରଙ୍କ ବିରୋଧରେ ଆସିଛି ସଂଗୀନ ଅଭିଯୋଗ। ବଡ ଡାକ୍ତରଖାନାର କାର୍ଡିଓଲୋଜି ବିଭାଗର ଡାକ୍ତର ରୋଗୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ମଂଗଳାବାଗ ଥାନାରେ ପୀଡିତାଙ୍କ ସମ୍ପର୍କୀୟ ଏତଲା ଦେବା ପରେ ମାମଲା ରୁଜୁ କରିଛି ପୋଲିସ। ଏନେଇ ଅତିରିକ୍ତ ଡିସିପି ଅନୀଲ ମିଶ୍ର ସୂଚନା ଦେଇଛନ୍ତି। କହିଛନ୍ତି, ପୋଲିସ ଘଟଣାକୁ ଅତି ଗୁରୁତର ସହ ନେଇଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୀଡିତାଙ୍କ ବୟାନ ରେକର୍ଡ କରାଯିବ। ଘଟଣା ସହ ଜଡିତ ଅନ୍ୟମାନଙ୍କ ବୟାନ ମଧ୍ୟ ରେକର୍ଡ କରାଯିବ।
ପୀଡିତାଙ୍କ ଅଭିଯୋଗ ଅନୁସାରେ, ରବିବାର ରାତିରେ ମହିଳାଙ୍କୁ ଇସିଜି ଟେଷ୍ଟ ପାଇଁ ଡକାଇଥିଲେ ସମ୍ପୃକ୍ତ ଡାକ୍ତର। ଟେଷ୍ଟ ବେଳେ ମହିଳାଙ୍କୁ ଅସଦାଚରଣ କରିବା ସହ ଦୁଷ୍କର୍ମ କରିଥିଲେ ଡାକ୍ତର। ଏନେଇ ପୀଡିତା ସମ୍ପର୍କୀୟଙ୍କୁ ଜଣାଇବା ପରେ ସୋମବାର ମାମଲା ଥାନାକୁ ଯାଇଥିଲା। ମଙ୍ଗଳବାର ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଲକ୍ଷ ଲକ୍ଷ ଲୋକଙ୍କ ଆଶା ଭରସା ଓ ସ୍ବାସ୍ଥ୍ୟସେବାର ପ୍ରାଣକେନ୍ଦ୍ର ପାଲଟିଥିବା ଏସସିବିରୁ ଏଭଳି ଅଭାବନୀୟ ଘଟଣା ଘଟିବା ପରେ ଏହାକୁ ସବୁମହଲରେ ନିନ୍ଦା କରାଯାଉଛି। ସେପେଟ ମାନବାଧିକାର କର୍ମୀ ଜୟନ୍ତ ଦାସ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଏନେଇ ଅଭିଯୋଗ କରିଛନ୍ତି।

ତେବେ ପାଲଟା ଅଭିଯୋଗ କରିଛନ୍ତି ଅଭିଯୁକ୍ତ ଡାକ୍ତର। ତାଙ୍କୁ ରୋଗୀଙ୍କ ସମ୍ପର୍କୀୟ ମାଡ ମାରିଥିବା ଅଭିଯୋଗ କରି ଥାନାରେ ଏତଲା ଦେଇଛନ୍ତି। ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣାର ତଦନ୍ତ କରି ପୂରା ସତ୍ୟ ସାମନାକୁ ଆଣିବା ପାଇଁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe