କଟକ ବଡ ମେଡିକାଲରେ ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ । ମୃତକଙ୍କ ପୁଅ କହିଲେ, ଅଭିଯୋଗ ଶୁଣିଲାନି ମୋ ସରକାର

151

କନକ ବ୍ୟୁରୋ : ମୋ ସରକାର ଉପରେ ଉଠିଲା ବଡ ପ୍ରଶ୍ନ । ଚିକିତ୍ସାରେ ଅବହେଳା ପରେ ମୋ ସରକାରକୁ ଅଭିଯୋଗ ପରେ ସେଠାରୁ ନିରାଶାଜନକ ଉତର ମିଳିଥିବା ଅଭିଯୋଗ ହୋଇଛି । କଟକ ଏସସିବି ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମାଆର ମୃତ୍ୟୁ ପରେ ପୁଅ ଏପରି ଅଭିଯୋଗ ଆଣିଛନ୍ତି । କଟକ ବଡ ମେଡିକାଲକୁ ଯାଜପୁରର ସାବିତ୍ରୀ ସାହୁ ଗତ ୨୪ ତାରିଖରେ ଚିକିତ୍ସା ପାଇଁ ଏସସିବି ଆସିଥିଲେ । ପ୍ରଥମେ ମାନସିକ ବିଭାଗ ଏବଂ ତାପରେ ନ୍ୟୁରୋବିଭାଗ ପରେ ଆଇସିୟୁରେ ଚିକିତ୍ସିତ ହେଉଥିଲେ । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଆହୁରି ବିଗିଡିଯାଇଥିଲା ।

ଶେଷରେ କାଲି ଆଖି ବୁଜିଦେଇଥିଲେ ସାବିତ୍ରୀ । ତାଙ୍କ ପୁଅ ଅଭିଯୋଗ କରିଛନ୍ତି ଯେ, ଚିକିତ୍ସାରେ ଅବହେଳା ପାଇଁ ତାଙ୍କ ମାଆର ମୃତ୍ୟୁ ହୋଇଛି । ମାଆଙ୍କ ଚିକିତ୍ସାରେ ଅବହେଳା ନେଇ ସେ ମୋ ସରକାରକୁ ଫୋନ୍ କରିଥିଲେ, ତେବେ ସେଠାରୁ ଉତର ମିଳିଥିଲା ଯେ, ଯଦି ସ୍ୱାସ୍ଥ୍ୟ ଖରାପ ତେବେ ତାଙ୍କୁ ପ୍ରାଇଭେଟ୍ ହସପିଟାଲ ନେଇଯାଅ । ତେବେ ମୃତ ସାବିତ୍ରୀଙ୍କ ପୁଅ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ଅଭିଯୋଗ ଜଣାଇବା ପରେ ୩ ଦିନ ମଧ୍ୟରେ ଘଟଣାର ତଦନ୍ତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।