କନକ ବ୍ୟୁରୋ : କଟକ ବଡ଼ ମେଡିକାଲରେ ଗୋଟିଏ ପରେ ଗୋଟିଏ ସମସ୍ୟା ଦେଖିବାକୁ ମିଳୁଛି । ବଡ଼ ମେଡିକାଲରେ ବିଦ୍ୟୁତ୍ ସମସ୍ୟା ପରେ ଏବେ ପାଣି ସମସ୍ୟା ଦେଖିବାକୁ ମିଳିଛି । ଗତକାଲି ରାତିରୁ ମେଡିକାଲର ବିଭିନ୍ନ ୱାର୍ଡକୁ ଜଳ ଯୋଗାଣ ଠପ୍ ହୋଇଯାଇଛି । ଶୌଚାଳୟକୁ ପାଣି ଆସୁନଥିବାରୁ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ହନ୍ତସନ୍ତ ହେଉଛନ୍ତି ।

Advertisment

ଆଜି ସକାଳେ କିଛି ୱାର୍ଡକୁ ପାଣି ଆସିଥିଲେ ମଧ୍ୟ ତାହା ଯଥେଷ୍ଟ ହେଉନାହି । ଶନିବାରଠାରୁ ବଡ଼ ମେଡିକାଲରେ ବିଦ୍ୟୁତ୍ ବିଭ୍ରାଟ ଦେଖିବାକୁ ମିଳିଥିଲା । ଗତକାଲି ରାତି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରିନଥିଲା । ବିଭିନ୍ନ ୱାର୍ଡରେ ଲାଇନ୍ ନଥିବାରୁ ରୋଗୀ ହନ୍ତସନ୍ତ ହୋଇଥିଲେ ।