କନକ ବ୍ୟୁରୋ : ରାଜ୍ୟରେ ପୁଣି ଆରମ୍ଭ ହେଲା କାଡାଭରିକ୍ ପ୍ରତିରୋପଣ । ଏସସିବିରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ମସ୍ତିକ ମୃତ ଘୋଷଣା କରାଯିବା ପରେ ତାଙ୍କର କିଡନୀକୁ ଅସ୍ତ୍ରୋପଚାର କରାଯାଇ କଢାଯାଇଛି । ଏସସିବି ୟୁରୋଲୋଜି ବିଭାଗର ୨ ଜଣ ରୋଗୀଙ୍କଠାରେ ଏହି କିଡନୀ ପ୍ରତିରୋପଣ କରାଯାଇଛି । ପ୍ରଥମ ଥର ପାଇଁ ଏସସିବିରେ ହିଁ ସବୁ ବ୍ୟବସ୍ଥା କରାଯାଇଛି ।

Advertisment

ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିିତ୍ସିତ ହେଉଥିଲେ ଜଗତସିଂହପୁର ତରୋଳ ଗାଁର ତନୁଜା କର । ଗତକାଲି ତାଙ୍କୁ କଟକ ବଡ଼ ମେଡିକାଲର ସିଟିଭିଏସ୍ ବିଭାଗକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକେ ଅଙ୍ଗଦାନ ପାଇଁ ଆଗ୍ରହ ପ୍ରକାଶ କରିବାରୁ ମହିଳାଙ୍କୁ ଦୁଇଟି କିଡନୀକୁ କାର୍ଡିଓଥୋରାସିସ୍ ବିଭାଗରେ ଅସ୍ତ୍ରୋପଚରା କରାଯାଇ କଢାଯାଇଥିଲା । ପରେ କିଡନୀ ଅପେକ୍ଷାରେ ଥିବା ୨ ଜଣ ରୋଗୀଙ୍କଠାରେ ପ୍ରତିରୋପଣ ପାଇଁ ପଦକ୍ଷେପ ନିଆଯାଇଥିଲା ।