କଟକ ବଡ଼ ଡାକ୍ତରଖାନାରେ ଜୁନିୟର ଡାକ୍ତରଙ୍କ ସହ କର୍ତୃପକ୍ଷ ଆଲୋଚନା ବିଫଳ ! ସୁପରିନଟେଣ୍ଡେଂଟଙ୍କ ଇସ୍ତଫା ଯାଏଁ ଜାରି ରଖିବେ ଆନ୍ଦୋଳନ

23

କନକ ବ୍ୟୁରୋ : କଟକ ବଡ଼ ଡାକ୍ତରଖାନାରେ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ଜାରି । କର୍ତୃପକ୍ଷଙ୍କ ସହ ଜୁନିୟର ଡାକ୍ତର ସଂଘର ଆଲୋଚନା ବିଫଳ ହୋଇଛି । ସୁପରିନଟେଣ୍ଡେଂଟଙ୍କ ଇସ୍ତଫା ଯାଏଁ ଆନ୍ଦୋଳନ ଜାରି ରଖିବେ ବୋଲି ଶୁଣାଇ ଦେଇଛନ୍ତି ଏସସିବି ଜୁନିୟର ଡାକ୍ତର ସଂଘ । ୨୭ ତାରିଖରେ ଟିବି ଓାର୍ଡରେ ରୋଗୀ ମୃତ୍ୟୁକୁ ନେଇ ଡାକ୍ତରଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରତିବାଦରେ ଧାରଣା ଦେଇଛି ଜୁନିୟର ଡାକ୍ତର ସଂଘ । ଅଭିଯୁକ୍ତଙ୍କ ଗିରଫ ଦାବି ସହ ଡାକ୍ତରଙ୍କ ସୁରକ୍ଷା ଦାବିରେ ଆନ୍ଦୋଳନ ଜାରି ରହିଛି ସଂଘ ।

ଗତ ୫ ଦିନ ହେବ ଆନ୍ଦୋଳନରେ ବସିଛନ୍ତି କଟକ ବଡ ମେଡିକାଲର ଜୁନିୟର ଡାକ୍ତର । ବୁଧବାର ନିଜର ଦାବି ନେଇ ଜୁନିୟର ଡାକ୍ତର ସଂଘ ରାଜ୍ୟପାଳଙ୍କୁ ଭେଟିଥିବା ବେଳେ ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ଭେଟିଥିଲେ ସଂଘର ୪ ଜଣିଆ ପ୍ରତିନିଧି ଦଳ । ଏସସିବିରେ ଜୁନିୟର ଡାକ୍ତରଙ୍କ କାର୍ଯ୍ୟବନ୍ଦ୍ ଆନ୍ଦୋଳନ ଯୋଗୁଁ ବିଶେଷ ଭାବେ ପ୍ରଭାବିତ ହୋଇଛି ରୋଗୀସେବା ।

ଏହା ସହ ଦେଖନ୍ତୁ ଏହି ଭିଡିଓ-