କନକ ବ୍ୟୁରୋ : କାର୍ଯ୍ୟରତ ଡାକ୍ତରକୁ ମାଡ ପ୍ରତିବାଦରେ ଏସସିବି ପିଜି ଛାତ୍ର ଓ ହାଉସ ସର୍ଜନ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି । ଗତକାଲି ସଂନ୍ଧ୍ୟାରୁ ହାଉସ ସର୍ଜନ ଓ ପିଜି ଛାତ୍ରମାନେ କାଜୁଆଲଟି,ଜରୁରୀକାଳୀନ ସେବା ଓ ଆଇସିୟୁ ୱାର୍ଡରେ କାର୍ଯ୍ୟବନ୍ଦ୍ର କରିଛନ୍ତି । ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରାଯାଇଛି । ଆଜି ଶୋଭାଯାତ୍ରାରେ ଆସି ରାଜ୍ୟପାଳଙ୍କୁ ଭେଟି ଦାବି ପତ୍ର ଦେବେ ଆନ୍ଦୋଳନକାରୀ ।
ରବିବାର ଦିନ ଜଗତସିଂହପୁର ଜିଲ୍ଲା ଗୋବିନ୍ଦପୁରର ମାଳତୀ ମହାନ୍ତି ଟିବି ୱାର୍ଡରେ ଭର୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଚିକିତ୍ସାରେ ଅବହେଳା ଅଭିଯୋଗରେ ରୋଗୀଙ୍କ ସଂପର୍କୀୟମାନେ କାର୍ଯ୍ୟରତ ଜୁନିଅର ଡାକ୍ତର ସମୀର ରଂଜନ ବେହେରାଙ୍କୁ ମାଡ ମାରିଥିଲେ । ଏନେଇ ମଙ୍ଗଳବାଗ ଥାନାରେ ଅଭିଯୋଗ କରାଯାଇଛି ।
ଏହା ସହ ଦେଖନ୍ତୁ ଏହି ଭିଡିଓ-
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/Screen-shot-2017-03-29-at-11.12.19-AM.png)