ଡାକ୍ତର କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ । । ଏସସିବିକୁ ବିଶ୍ୱସ୍ତରୀୟ ଅନୁଷ୍ଠାନରେ ପରିଣତ କରିବାରେ ଏହି ୧୦ଜଣିଆ ଡାକ୍ତରୀଦଳର ରହିବ ବିଶେଷ ସହଯୋଗ

127

କନକ ବ୍ୟୁରୋ : କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ବିଶ୍ୱସ୍ତରୀୟ କରିବାକୁ ଡାକ୍ତର କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ୧୦ଜଣିଆ ଡାକ୍ତରୀ ଦଳରେ ୭ଜଣ ପଦ୍ମ ପୁରସ୍କାର ପାଇଥିବା ବ୍ୟକ୍ତିତ୍ୱ ସାମିଲ ଅଛନ୍ତି । ବାକି ୪ଜଣ ଏସସିବିର ଆଲୁମୁନି ଅଛନ୍ତି । ଏସସିବିକୁ ବିଶ୍ୱସ୍ତରୀୟ ଅନୁଷ୍ଠାନରେ ପରିଣତ କରିବାରେ ଏହି ୧୦ଜଣିଆ ଡାକ୍ତରୀଦଳର ରହିବ ବିଶେଷ ସହଯୋଗ ।

ସେମାନଙ୍କ ପରାମର୍ଶରେ ଏସସିବିକୁ ବିଶ୍ୱସ୍ତରୀୟ ଅନୁଷ୍ଠାନରେ ପରିଣତ କରିବା ପାଇଁ ଯୋଜନା ହୋଇଛି । ଏହି ୧୦ ଜଣିଆ ଡାକ୍ତରୀ ଦଳରେ ସଦସ୍ୟ ଅଛନ୍ତି ଡାକ୍ତର ରମାକାନ୍ତ ପଣ୍ଡା । ବର୍ତମାନ ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟ୍ ଉପାଧ୍ୟକ୍ଷ ଏବଂ ମ୍ୟାନେଜିଂ ଡାଇରେକ୍ଟର ପଦବୀରେ ଅଛନ୍ତି ରମାକାନ୍ତ ପଣ୍ଡା । ଏଥିସହ ସେ କାର୍ଡିଓ ଭାସକୁଲାର ଥୋରାସିକ ସର୍ଜରୀର ମୁଖ୍ୟ କନଷଲଟାଂଟ ଭାବେ କାମ କରୁଛନ୍ତି ।