କନକ ବ୍ୟୁରୋ: ଥମୁନି ଡେଙ୍ଗୁ ଆତଙ୍କ । ଏବେ କାକଟପୁର ନରେନ୍ଦ୍ରପୁରରେ ଡେଙ୍ଗୁ ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ବହୁଲୋକ ଡେଙ୍ଗୁରେ ପୀଡିତ ଅଛନ୍ତି । ଏନେଇ ସେମାନଙ୍କୁ ଚିକିତ୍ସା ସହ ସଚେତନତା କରାଯାଉଛି । ହେଲେ ଏଠି ସମ୍ପୁର୍ଣ୍ଣର୍ର୍ ଓଲଟା ଚିତ୍ର ଦେଖିବାକୁ ମିଳିଛି । ଗାଁର ଲୋକେ କରୁଛନ୍ତି ଅଜବ ଚିକିତ୍ସା । ଡାକ୍ତରଙ୍କୁ ପରାମର୍ଶ ନକରି ମେଡିସିନ୍ ନଖାଇ ଲୋକେ ପତ୍ରର ରସ ପିଇବାରେ ଲାଗିଛନ୍ତି । ଏହି ଘଟଣା ବିଶ୍ୱାସ ନହେଲେ ବି ସତ । କାରଣ ଲୋକେ ଏହାକୁ ମହୌଷଧି ବୋଲି ମଧ୍ୟ କହୁଛନ୍ତି ।
ଗାଁର ଶହ ଶହ ଲୋକ ଅମୃତଭଣ୍ଡା ଗଛର ପତ୍ର ତୋଳି ତାର ରସକୁ ବ୍ୟବହାର କରିବାରେ ଲାଗିଛନ୍ତି । ଗାଁରେ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ଚିକିତ୍ସା ମିଳିପାରିନି । ଯେଉଁଥିପାଇଁ ଗାଁର ଲୋକମାନେ ଏହି ଘରୋଇ ଚିକିତ୍ସା ଆପଣାଇଛନ୍ତି । ଲୋକଙ୍କ ମନର ବି ସେହି ବିଶ୍ୱାସ । ଏଲୋପ୍ୟାଥିକ ବଦଳରେ ଏହି ଅମୃତଭଣ୍ଡା ପତ୍ରର ରସ ଡେଙ୍ଗୁକୁ ସମ୍ପୁର୍ଣ୍ଣ ନିୟନ୍ତ୍ରଣ କରୁଛି । ସେପଟେ ତିନିଦିନ ହେଲା ଗାଁରେ ପହଂଚିଛି ସ୍ୱାସ୍ଥ୍ୟବିଭାଗ । ଗାଁର ଲୋକମାନଙ୍କର ରକ୍ତ ନମୁନା ସଂଗ୍ରହ କରିବା ସହିତ ସଚେତନ କରିଚାଲିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/31-3.jpg)