କେନ୍ଦ୍ର ଦେଉନି ସାର, ସାରା ରାଜ୍ୟରେ ଚାଷୀ ହନ୍ତସନ୍ତ : ଆବଶ୍ୟକ ପରିମାଣ ସାର ଯୋଗାଇବା ଦାବିରେ ରାସ୍ତାକୁ ଓହ୍ଲାଇଲା ଶାସକ ଦଳ

 ଭୁବନେଶ୍ୱରରେ ବିଜେଡି କୃଷକ ମୋର୍ଚ୍ଚାର ବିକ୍ଷୋଭ

149

କନକ ବ୍ୟୁରୋ : ସାର ଯୋଗାଇଦେବା ଦାବିରେ କେନ୍ଦ୍ର ବିରୋଧରେ ବିଜେଡ଼ିର ପ୍ରତିବାଦ । ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେଡ଼ି କୃଷକ ମୋର୍ଚ୍ଚା । ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ଅନେକ ବିଧାୟକ ଓ ଦଳର ବରିଷ୍ଠ ନେତା । ରାଜ୍ୟପାଳଙ୍କୁ ଭେଟି କେନ୍ଦ୍ର ସରକାରଙ୍କ ବିରୋଧରେ ଦାବିପତ୍ର ଦେବ ବିଜେଡ଼ି କୃଷକ ମୋର୍ଚ୍ଚା । ଯୋଜନା ବୋର୍ଡ଼ ଅଧ୍ୟକ୍ଷ ସଂଜୟ ଦାସ ବର୍ମା, ବିଜେଡ଼ି ବିଧାୟକ ସୁଶାନ୍ତ ରାଉତରାୟ, ଅନନ୍ତ ନାରାୟଣ ଜେନା ପ୍ରମୁଖ ସାମିଲ ହୋଇଛନ୍ତି । ସାର ଯୋଗାଣରେ  କେନ୍ଦ୍ର ସରକାର ଅବହେଳା କରୁଥିବା ଅଭିଯୋଗ କରିଛି ବିଜେଡ଼ି ।