ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅଭାବନୀୟ କାଣ୍ଡ । ମାରଣାସ୍ତ୍ର ଧରି ପଶିବା ସହ ସୃଷ୍ଟି କଲେ ଆତଙ୍କରାଜ । ଦୁଇ ଅଭିଯୁକ୍ତ ଗିରଫ ।

148

କନକବ୍ୟୁରୋ : ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପ-ନିର୍ଦ୍ଦେଶକଙ୍କ ଅଫିସରେ ଆତଙ୍କରାଜ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ନନ୍ଦନକାନନ ଥାନା ପୋଲିସ୍ । ଜଙ୍ଗଲ ଭିତରୁ ଧରା ହେଲେ ଦାରୁଠେଙ୍ଗ ଗାଁର ଦୁଇ ଅଭିଯୁକ୍ତ । ଆତଙ୍କରାଜ ଖେଳାଇବା ପରେ ଦୁହେଁ ଜଙ୍ଗଲରେ ଲୁଚିଥିଲେ ।

ଦୁଇ ଅଭିଯୁକ୍ତ ଖୋବା ପାହାଡ଼ ସିଂ ଓ ଗୋବିନ୍ଦ ସାହୁ । ରାଜଧାନୀର ବିଭିନ୍ନ ଥାନାରେ ଖୋବା ନାଁରେ ପୂର୍ବରୁ ମାମଲା ରହିଛି । ଦୁଇ ଅଭିଯୁକ୍ତ ସୋମବାର ଦିନ ଅଫିସରେ ପଶି ହାତରେ କଟୁରୀ ଧରି ଅଧିକାରୀଙ୍କୁ ହତ୍ୟା ଉଦ୍ୟମ କରିବା ସହ କମ୍ପ୍ୟୁଟର , ଲାପଟପ, ଟିଭି ଓ ଆସବବାପତ୍ର ଭାଙ୍ଗିଥିଲେ । ଦୁଇ ଅଭିଯୁକ୍ତ ନନ୍ଦନକାନନ ହସ୍ପିଟାଲରେ ପଂହଚି ସେଠାରେ ମଧ୍ୟ ଭଙ୍ଗାରୁଜା କରିଥିଲେ । ଘଟଣାର ପୁରା କାରନାମା ସିସିଟିଭିରେ କଏଦ ହୋଇଛି ।