କନକବ୍ୟୁରୋ : ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପ-ନିର୍ଦ୍ଦେଶକଙ୍କ ଅଫିସରେ ଆତଙ୍କରାଜ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ନନ୍ଦନକାନନ ଥାନା ପୋଲିସ୍ । ଜଙ୍ଗଲ ଭିତରୁ ଧରା ହେଲେ ଦାରୁଠେଙ୍ଗ ଗାଁର ଦୁଇ ଅଭିଯୁକ୍ତ । ଆତଙ୍କରାଜ ଖେଳାଇବା ପରେ ଦୁହେଁ ଜଙ୍ଗଲରେ ଲୁଚିଥିଲେ ।
ଦୁଇ ଅଭିଯୁକ୍ତ ଖୋବା ପାହାଡ଼ ସିଂ ଓ ଗୋବିନ୍ଦ ସାହୁ । ରାଜଧାନୀର ବିଭିନ୍ନ ଥାନାରେ ଖୋବା ନାଁରେ ପୂର୍ବରୁ ମାମଲା ରହିଛି । ଦୁଇ ଅଭିଯୁକ୍ତ ସୋମବାର ଦିନ ଅଫିସରେ ପଶି ହାତରେ କଟୁରୀ ଧରି ଅଧିକାରୀଙ୍କୁ ହତ୍ୟା ଉଦ୍ୟମ କରିବା ସହ କମ୍ପ୍ୟୁଟର , ଲାପଟପ, ଟିଭି ଓ ଆସବବାପତ୍ର ଭାଙ୍ଗିଥିଲେ । ଦୁଇ ଅଭିଯୁକ୍ତ ନନ୍ଦନକାନନ ହସ୍ପିଟାଲରେ ପଂହଚି ସେଠାରେ ମଧ୍ୟ ଭଙ୍ଗାରୁଜା କରିଥିଲେ । ଘଟଣାର ପୁରା କାରନାମା ସିସିଟିଭିରେ କଏଦ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/Screen-Shot-2024-04-30-at-7.42.59-AM.png)