ପ୍ରବେଶ ପୂର୍ବରୁ କରୋନା ପରୀକ୍ଷା: କରୋନା ପାଇଁ ଲୋକସେବା ଭବନ ପ୍ରବେଶ ପଥରେ ସ୍କ୍ରିନିଂ ବ୍ୟବସ୍ଥା; ସ୍କ୍ରିନିଂ କରି ପ୍ରବେଶ କରୁଛନ୍ତି କର୍ମଚାରୀ, ପଦାଧିକାରୀ ଓ ନେତା

ବାହାର ଲୋକଙ୍କ ପାଇଁ ଲାଗିଛି କଟକଣା

339

କନକ ବ୍ୟୁରୋ: କରୋନା ନେଇ ସରକାରଙ୍କ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି । ଲୋକସେବା ଭବନକୁ ଯେଉଁ କର୍ମଚାରୀମାନେ ଯାଉଛନ୍ତି, ସେମାନଙ୍କ ପାଇଁ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି । ସେମାନଙ୍କ ଟିକିନିଖ ସ୍କିନିଂ କରାଯାଉଛି  ।  କର୍ମଚାରୀ ଯେଭଳି ସୁରକ୍ଷିତ ରହିବେ ତା ଉପରେ ଦୃଷ୍ଟି ମଧ୍ୟ ଦିଆଯାଉଛି ।

କରୋନା ପାଇଁ ଲୋକସେବା ଭବନ କର୍ମଚାରୀଙ୍କ ପାଇଁ ମଧ୍ୟ କଟକଣା ଜାରି ହୋଇଥିଲା । ସାଧାରଣ ଲୋକଙ୍କୁ ଲୋକସେବା ଭବନୁ ଯିବାକୁ ବାରଣ କରାଯିବା ସହ କେବଳ କର୍ମଚାରୀମାନେ ହିଁ ଲୋକସେବା ଭବନକୁ ଯାଇପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଭିଜିଟର ପାସକୁ ବି ବାତିଲ କରାଯାଇଛି ।

ଅନ୍ୟପଟେ,  ସରକାରୀ କର୍ମଚାରୀଙ୍କ ପାଇଁ କରୋନା କଟକଣା ମଧ୍ୟ ଜାରି କରାଯାଇଛି । କୌଣସି ବ୍ୟକ୍ତିକୁ ଥଣ୍ଡା, ଜ୍ୱର, କାଶ ହେଉଥିଲେ ମିଳିବ ୧୪ ଦିନର ଛୁଟି । ୧୪ ଦିନ ପାଇଁ ହୋମ ଆଇସୋଲେସନରେ ରହିବେ କର୍ମଚାରୀ । ସରକାର କରୋନା ମୁକାବିଲା ପାଇଁ ସର୍ବଦା ସତର୍କ ଅଛନ୍ତି । ପ୍ରତିଦିନ ମିଟିଂ ଆୟୋଜିତ ହେଉଛି । ସମସ୍ତ ସରକାରୀ ଅଫିସ ଟଏଲେଟରେ ହ୍ୟାଣ୍ଡୱାସ ଓ ଲିକ୍ୱିଇଡ଼୍ ରଖିବା ସହ ସଫାସୁତୁରା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବ୍ୟକ୍ତିଗତ ସ୍ୱଚ୍ଛତା ସହ ପ୍ରବେଶ ପଥରେ ସାନିଟାଇଜ୍ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହାଦ୍ୱାରା ସମସ୍ତ ବିଭାଗ ସଚେତନ ହେବା ସହ ଅନ୍ୟ ସମସ୍ତଙ୍କୁ ସଚେତନ କରାଇବେ । ଏନେଇ ଗତକାଲି ସୂଚନା ଦେଇଥିଲେ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ ସଂଜୀବ ଚୋପ୍ରା ।