କନକ ବ୍ୟୁରୋ: ପୂର୍ବ ସରକାରଙ୍କ ଆଉ ଏକ ଦୁର୍ନୀତିର ଫର୍ଦ୍ଦାଫାଶ କରିଛନ୍ତି ନୂଆ ସରକାର। ସମବାୟ ବ୍ୟାଙ୍କ ଗୁଡ଼ିକରେ କିଭଳି କୋଟି କୋଟି ଟଙ୍କାର ଦୁର୍ନୀତି ଚାଲିଥିଲା, ବିଧାନସଭାରେ ତଥ୍ୟ ରଖିଛନ୍ତି ସମବାୟ ମନ୍ତ୍ରୀ। ଏହାପରେ ଦୁଇଟି ସମବାୟ ସଂସ୍ଥାକୁ ଭାଙ୍ଗି ଦିଆଯାଇଛି। ଆଗକୁ ତଦନ୍ତ ଆଗେଇବ ଓ ଦୋଷୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହେବ ବୋଲି ଚେତାଇ ଦେଇଛନ୍ତି ସରକାର।
ବିଜେଡ଼ି ଶାସନ ସମୟରେ ରାଜ୍ୟର ସମବାୟ ବ୍ୟାଙ୍କ୍ ଗୁଡ଼ିକରେ ହୋଇଥିଲା ବ୍ୟାପକ ହେରଫେର । ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ସମବାୟ ମନ୍ତ୍ରୀ ଚମକାଇ ଦେଲା ଭଳି ତଥ୍ୟ ରଖିଛନ୍ତି।
ସମବାୟ ମନ୍ତ୍ରୀଙ୍କ ଉତ୍ତର
୧୮ଟି କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ହୋଇଛି ୧୪୭ କୋଟି ଟଙ୍କାର ଦୁର୍ନୀତି
ମାତ୍ର ୧୪ କୋଟି ଟଙ୍କା ରିକଭରି କରିବାରେ ସକ୍ଷମ ହୋଇଛନ୍ତି ସରକାର
୧୩ଟି ଅର୍ବାନ କୋପରେଟିଭ ବ୍ୟାଙ୍କରେ ୭୭ କୋଟି ୪୫ ଲକ୍ଷ ଟଙ୍କାର ହେରଫେର ହୋଇଛି
ମାତ୍ର ୧ କୋଟି ୮୪ ଲକ୍ଷ ଟଙ୍କା ଆଦାୟ ହୋଇପାରିଛି
୧୯ କୋଟି ୩୪ ଲକ୍ଷ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛି ବିଭାଗ
ଦୁର୍ନୀତି ଅଭିଯୋଗ ପରେ ପ୍ରଥମ କାର୍ଯ୍ୟାନୁଷ୍ଠାନ
ସମବାୟ ବୋର୍ଡ ଭାଙ୍ଗିଲେ ମୋହନ ସରକାର
ଦୁର୍ନୀତି ଅଭିଯୋଗ ଆସିବାପରେ ବୁଧବାର ଦୁଇଟି ପ୍ରମୁଖ ସମବାୟ ସଂସ୍ଥା କମିଟିକୁ ଭାଙ୍ଗି ଦେଇଛନ୍ତି ସରକାର । ଓଡିଶା କୋଅପରେଟିଭ ହାଉସିଂ କର୍ପୋରେସନ ଏବଂ ଓଡିଶା କୋଅପରେଟିଭ ବ୍ୟାଙ୍କ ଲିମିଟେଡର ପରିଚାଳନା ସଂସ୍ଥାକୁ ଭାଙ୍ଗି ଦିଆଯାଇଛି । ଦୁଇଟି ବୋର୍ଡରେ ଦୁର୍ନିତୀ, ବେଆଇନ ଜମି ବିକ୍ରି ଏବଂ ଆର୍ଥିକ ହେରଫେରର ଅଭିଯୋଗ ଆସିବା ପରେ କମିଟିକୁ ଭାଙ୍ଗିଦିଆଯାଇଛି ।
ଦୁର୍ନିତୀ ଅଭିଯୋଗ ଆସିଥିବା ସମସ୍ତ ସମବାୟ ସଂସ୍ଥାରେ ତଦନ୍ତ ହେବ ଏବଂ ଦୋଷୀଙ୍କ ବିରୁଧରେ ମୋହନ ସରକାର କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସ୍ପଷ୍ଟ କରିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2024/08/41.jpg)