କନକ ବ୍ୟୁରୋ : ତେଲିଆ ମୁଣ୍ଡରେ ତେଲ.. ନିଖୁରାକୁ ପଚାରେ କିଏ? ଏହି ନ୍ୟାୟରେ ଚାଲିଛି ସରକାରୀ ଘର ବଂଟା । ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆସିଛି ଚିଲିକା ଟାପୁ ଗାଁରୁ । କୁଡିଆରେ ରହୁଥିବା ଲୋକର ଜୀବନ ସେହି କୁଡିଆରେ କଟୁଛି । କୋଠା ଘରର ମୁଳଦୁଆ ପକାଇ କାନ୍ଥ ଉଠାଇ ପାରୁନାହାନ୍ତି । କିନ୍ତୁ ପକ୍କା ଘର ଥାଇ ବି ଲୋକଙ୍କ ଆକାଉଂଟକୁ ଯାଉଛି ଲକ୍ଷଲକ୍ଷ ଟଙ୍କା । ଏ ସଂପର୍କୀତ ଦୁର୍ନୀତିର ପ୍ରମାଣ ନେଇ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବିଡିଓଙ୍କ ପାଖରେ ଫେରାଦ ହୋଇଛନ୍ତି ସମାଜସେବୀ ।
ଘରର ମୁଳଦୁଆ ପଡିଛି । କିନ୍ତୁ ଘର ବାବଦରେ ସମସ୍ତ ବିଲ୍ ହିତାଧିକାରୀଙ୍କ ଆକାଉଂଟକୁ ପଠାଯାଉଛି । ରାମଲେଙ୍କା ପଂଚାୟତ ପିଇଓ ଲୋକଙ୍କ ଠାରୁ ଲାଂଚ ନେଇ ଏଭଳି ଦୁର୍ନୀତି କରୁଥିବା ଅଭିଯୋଗ ଆସିଛି । ଜଣେ ଦୁଇ ଜଣ ନୁହେଁ ଶହଶହ ଲୋକଙ୍କ ଆକାଉଂଟକୁ ଟଙ୍କା ଯାଉଥିବା ଅଭିଯୋଗ ହୋଇଥିବା ବେଳେ ତଦନ୍ତ ଆରମ୍ଭ କରିଛନ୍ତି କୃଷ୍ଣପ୍ରସାଦ ବିଡିଓ ।
ନିର୍ବାଚନ ପାଖେଇ ଆସୁଥିବାରୁ ଭୋଟ ହାତେଇବା ପାଇଁ ଲୋକମାନଙ୍କ ନିକଟକୁ ଯାଉଛି ଆଗୁଆ ଟଙ୍କା ।