ଆବାସ ଯୋଜନାର ଅଜବ ଚିତ୍ର । ବସ୍ତାରେ ପିଏମ୍ ଆବାସ ଯୋଜନା ହାତେଇ ଦୁଇ ମହଲା କୋଠା ଛିଡ଼ା କରିଛନ୍ତି ଅଯୋଗ୍ୟ ହିତାଧିକାରୀ 

349

କନକ ବ୍ୟୁରୋ: ଚିରା ପଲିଥିନ ତଳେ ବାସହରା । କିନ୍ତୁ ଧନୀଙ୍କ ପାଇଁ  ସରକାରୀ ହାତ ଖୋଲା । ୪୦ ଲକ୍ଷରୁ ଅଧିକ ଟଙ୍କାର ଦ୍ୱିତଳ ପ୍ରସାଦ ଘର ତିଆରି କରିଥିବା  ବ୍ୟକ୍ତି ଏତେ ଗରିବ ଯେ ତାଙ୍କୁ ମିଳିଛ ସରକାରୀ ଆବାସ ।  କିନ୍ତୁ ସେହି ଗାଁର ପଲିଥିନ ତଳେ ଥିବା ଗରିବ ଲୋକଙ୍କୁ ଏହି ଯୋଜନାର ସୁଫଳ ମିଳୁନାହିଁ । ଏଭଳି ଚିତ୍ର ଆସିଛି  ବାଲେଶ୍ୱର ବସ୍ତା ବ୍ଲକର ଦରଡା ପଂଚାୟତରେ ।  ଏହି ପଂଚାୟତର ସୁଜୟ ପଟ୍ଟନାୟକ   ଅଧା କୋଟି ଟଙ୍କାର ମାଲିକ ହୋଇ  ହାତେଇଛନ୍ତି  ପ୍ରଧାନମନ୍ତ୍ରୀ ଆବାସ ।  ଆଉ ସେ ଯେଉଁ ଆବାସ ଯୋଜନାରେ ଘର ପାଇଛନ୍ତି , ସେହି ଘରକୁ ଯୋଡି ଦୁଇ ମହଲା କୋଠା ତିଆରି କରୁଛନ୍ତି  ଯାହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷରୁ ଅଧିକ ହେବ ।   ଆଉ ଏ ନେଇ ସଂପୃକ୍ତ ବ୍ୟକ୍ତିଙ୍କ ଯୁକ୍ତି ମଧ୍ୟ ଅଜବ  ।

କେରାପୁଟ ଜିଲ୍ଲା ବୈପାରୀଗୁଡା ସିରିଗୁଡା ଗାଁର ରୁକି୍ମଣୀ ।  ଅତ୍ୟନ୍ତ ଗରିବ ଶ୍ରେଣୀର, ଝାଟିମାଟିର ଚାଳଛପର ଘର ।  ୨୦୧୯ ମସିହାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ୱାର୍କଅର୍ଡର ମିଳିଲା  । ଘର କାମ ଆରମ୍ଭ ବି ହେଲା ।  କିନ୍ତୁ ଠିକାଦାର ଅଧପନ୍ତରିଆ କରି ଘରକୁ ଛାଡିଦେଲା । କିନ୍ତୁ ପୁରା ଟଙ୍କା ଉଠାଇନେଲା ।  ଏବେ ୨ ବର୍ଷ ହେଲାଣି  ଘର କାମ ସରୁନି କି ଠିକାଦାରର ଦେଖା ମିଳୁନି  ।

କେବଳ ରୁକ୍ମିଣୀ ନୁହନ୍ତି , ଏଭଳି ଅନେକ ହିତାଧିକାରୀଙ୍କୁ  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୱାର୍କ ଅର୍ଡର ମିଳିବା ପରେ  ଘର ହୋଇନାହିଁ କିନ୍ତୁ ଟଙ୍କା ଉଠାଇନିଆଯାଇଛି ।