କନକ ବ୍ୟୁରୋ : ସ୍ମାର୍ଟ ଫୋନ ଧରିଛନ୍ତି କି, ସାବଧାନ । ଆପଣଙ୍କ ଫୋନ କାହାରି ହାତକୁ ଦେବା ଆଗରୁ ୧୦ଥର ଚିନ୍ତା କରିବେ । ନଚେତ୍ ଠକାମିର ଶିକାର ହୋଇପାରନ୍ତି । ଆପଣଙ୍କ ବନ୍ଧୁ ମଧ୍ୟ ଆପଣଙ୍କୁ ଠକି ଦେଇପାରନ୍ତି । ସ୍ମାର୍ଟ ଫୋନରେ ହେଉଛି ସ୍ମାର୍ଟ ଠକେଇ । ସେମିତି ଏକ ଠକେଇ ଖବର ଆସିଛି ବାଲେଶ୍ୱର ଜିଲ୍ଲା ରେମୁଣା ଅଂଚଳରୁ । ତେବେ ଖବର ଅନୁସାରେ, ରେମୁଣା ଗୋଲେଇ ଛକରେ ଛୋଟ ହୋଟେଲଟି କରିଛନ୍ତି କରୁଣାକର ଗାଆଣ । କରୁଣାକର ସ୍ମାର୍ଟ ଫୋନ ବାବଦରେ ବିଶେଷ କିଛି ଜାଣି ନାହାନ୍ତି । ତେଣୁ ସେ ଫୋନରେ କିଛି କରିବା ପାଇଁ ଚାହିଁଲେ ବନ୍ଧୁ ଭଗବାନ ଓଝାଙ୍କ ସହଯୋଗ ନେଇଥାନ୍ତି । ଆଉ ଏହାର ସୁଯୋଗ ନେଇ ଭଗବାନ, କରୁଣାକରଙ୍କ ଫୋନ ଯୋଗେ ଅନଲାଇନ୍ ମୀର ଆପ ଜରିଆରେ ୨୧ ହଜାର ୫ଶହ ଟଙ୍କାର ଲୋନ ନେଇ ଯାଇଛନ୍ତି । ଅନଲାଇନ୍ ମାଧ୍ୟମରେ କରୁଣାକରଙ୍କ ଆକାଉଂଟରୁ ଟଙ୍କା ଉଠାଇ ନେବା ପରେ ଆଉ ଧରା ଛୁଆଁ ଦେଉନଥିଲେ । ତେବେ ଆଜି କରୁଣାକର କୌଶଳ କ୍ରମେ ଭଗାବନଙ୍କୁ ଧରିବା ପରେ ସେ ସବୁ କଥା ମାନି ଯାଇଛନ୍ତି ।