ଦାଗୀ ନେତାଙ୍କ ଉପରେ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତି । ନିର୍ବାଚନ ଲଢିବା ଉପରେ ଲାଗିବନି କଟକଣା ।

27

ନିର୍ବାଚନ ଲଢ଼ିବେ ଦାଗୀ ନେତା ? ଅପରାଧୀକ ମାମଲା ଥିବା ଦାଗୀ ନେତାଙ୍କ ଉପରେ ସୁପ୍ରିମକୋର୍ଟ ଆଜି ବଡ ନିଷ୍ପତି ଶୁଣାଇଛନ୍ତି । ଚାର୍ଜସିଟ ଆଧାରରେ ନେତାଙ୍କ ବିରୋଧରେ କାର୍ଯ୍ୟାନଷ୍ଠାନ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଆଜି କହିଛନ୍ତି । ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ଏହାସହ ନିର୍ବାଚନ ଲଢିବା ଉପରେ ବି କୌଣସି ପ୍ରତିବନ୍ଧକ ଲାଗିପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ସୂଚନା ମୁତାବକ ଏ ନେଇ ପାର୍ଲାମେଂଟରେ ଆଇନ ଆଣିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ । ରାଜନୀତିରେ ଅପରାଧ ରୋକିବାକୁ ପ୍ରୟାସ ହେବା ଜରୁରୀ । ତେଣୁ ନିର୍ବାଚନ ଲଢ଼ିବାକୁଥିବା ଦଳୀୟ ନେତାଙ୍କ ଅପରାଧିକ ମାମଲାର ସମସ୍ତ ତଥ୍ୟ ଦଳୀୟ ୱେବସାଇଟ୍ ରେ ରହିବ । କାରଣ ନେତାଙ୍କ ଅପରାଧିକ ମାମଲାରର ସମସ୍ତ ତଥ୍ୟ ଜାଣିବାର ଅଧିକାର ଜନତାଙ୍କର ରହିଛି । ତେଣୁ ସଂସଦ ଏହାର ନିଷ୍ପତି ନେବା ଉଚିତ୍ । ସ୍ୱତନ୍ତ୍ର ଆଇନ ଆଣିବାକୁ ସଂସଦକୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ ।
suprime courtତେବେ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ନିଷ୍ପତି ଶୁଣାଇଛନ୍ତି । ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଜଷ୍ଟିସ ଦିପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଫଲି ନରିମନ୍, ଏ.ଏମ୍. ଖାନୱିଲକର, ଡି.ୱାଇ. ଚନ୍ଦ୍ରଚୂଡ ଓ ଇନ୍ଦୁ ମଲହୋତ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ନିଷ୍ପତି ନେଇଛନ୍ତି ।