କନକ ବ୍ୟୁରୋ : ଅର୍ଥ ହେରଫେର ମାମଲା ଓ କଳାଧନ ଗଛିତ କରିବା ଅପରାଧୀଙ୍କୁ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରି ପାରିବ । ଏନେଇ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଶୁଣାଣି କରି ଏଭଳି କହିଛନ୍ତି ନ୍ୟାୟାଳୟ । କେବଳ ସେତିକି ନୁହେଁ ଏଭଳି ମାମଲାରେ ଇଡି ଅପରାଧିଙ୍କୁ ଗିରଫ କରିବା ସହ ସେମାନଙ୍କ ସମ୍ପତ୍ତି ମଧ୍ୟ ଜବତ କରିପାରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

Advertisment

ଇଡି ସରକାରଙ୍କ ଇଶାରାରେ କାମ କରୁଛି ଓ ଏହା ବିରୋଧୀଦଳଙ୍କ ଶକ୍ତି କମ କରିବାରେ ସରକାରଙ୍କୁ ସହାୟକ ହେଉଛି ବୋଲି ପି. ଚିଦାମ୍ବରମଙ୍କ ପୁଅ କିର୍ତ୍ତୀ ଚିଦାମ୍ବରମ, ଅନିଲ ଦେଶମୁଖଙ୍କ ସମେତ ୨୪୨ ଜଣ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏହି ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି କି ପିଏମଏଲଏ ଭଳି ମାମଲାରେ ଇଡି ଗିରଫ କରିପାରିବ । ଜଷ୍ଟିସ ଦିନେଶ ମାହେଶ୍ୱରୀ, ଜଷ୍ଟିସ ଏଏମ ଖାନବିଲକର ଓ ଜଷ୍ଟିସ ରବିକୁମାରଙ୍କ ଖଣ୍ଡପୀଠ ଏଭଳି ରାୟ ଶୁଣାଇଛନ୍ତି ।

କୋର୍ଟ ତରଫରୁ କୁହାଯାଇଛି କି ଧାରା ୩ ଆଧାରରେ ଅପରାଧ ଅବୈଦ୍ଧ ଲାଭ ଆଧାରିତ । ହେଲେ ଯେତେବେଳ ପର୍ଯ୍ୟନ୍ତ ସରକାରଙ୍କ ସକ୍ଷମ ମଞ୍ଚଏଭଳି ଅପରାଧର ଦସ୍ତାବିଜ ପ୍ରସ୍ତୁତ ନକରିଛି ସେତେବେଳ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପାରିବ ନାହିଁ ।

ଏହାସହ ଏଭଳି ଅପରାଧରେ ଇଡି କାହାକୁ ହେପାଜତକୁ ନେବା ବେଳେ ଗିରଫଦାରୀ ଆଧାରରେ ଖୁଲାସା କରିବା ବାଧ୍ୟତାମୂଳକ ନୁହେଁ ।