ଓକିଲ ଦେଲେ ସିଜେଆଇଙ୍କ ବିରୋଧରେ ‘ଷଡଯନ୍ତ୍ର’ର ପ୍ରମାଣ । ସିବିଆଇ, ଆଇବି ଏବଂ ଦିଲ୍ଲୀ ପୁଲିସ ମୁଖ୍ୟଙ୍କୁ ସୁପ୍ରିମକୋର୍ଟର ସମନ

Advertisment
ଓକିଲ ଦେଲେ ସିଜେଆଇଙ୍କ ବିରୋଧରେ ‘ଷଡଯନ୍ତ୍ର’ର ପ୍ରମାଣ । ସିବିଆଇ, ଆଇବି ଏବଂ ଦିଲ୍ଲୀ ପୁଲିସ ମୁଖ୍ୟଙ୍କୁ ସୁପ୍ରିମକୋର୍ଟର ସମନ

କନକ ବ୍ୟୁରୋ: ସୁପ୍ରିମକୋର୍ଟ ଆଜି ସିବିଆଇର ଡାଇରେକ୍ଟର, ଦିଲ୍ଲୀ ପୁଲିସର କମିଶନର ଏବଂ ଇଂଟେଲିଜେନ୍ସ ବ୍ୟୁରୋଙ୍କୁ ସମନ ଜାରି କରିଛନ୍ତି । କୋର୍ଟ ଏହି ସମନ ନ୍ୟାୟିକ ଭ୍ରଷ୍ଟାଚାରର ମୁଦ୍ଦାକୁ ଯାଂଚ କରିବା ଏବଂ ଯୌନ ଉତ୍ପୀଡନ ମାମଲାରେ ଭାରତର ମୁଖ୍ୟ ନ୍ୟାୟାଧିଶ ରଂଜନ ଗୋଗୋଇଙ୍କୁ ଦୋଷୀ କରିବାକୁ କଥିତ ପ୍ରୟାସକୁ ନେଇ ପଠାଇଛନ୍ତି ।

publive-image

ଅନ୍ୟପଟେ,ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ହୋଇଥିବା ଯୌନ ନିର୍ଯ୍ୟାତନା ମାମଲାକୁ ଷଡ଼ଯନ୍ତ୍ର ବୋଲି ଦର୍ଶାଇ ସତ୍ୟପାଠ ଦାଖଲ କରିଥିବା ଆଡେଭାକେଟ ଉତ୍ସବ ବେଂସଙ୍କୁ ସର୍ବୋଚ୍ଚ ଅଦାଲତ ନୋଟିସ ଜାରି କରିଥିବା ବେଳେ ଆଜି ସେ କୋର୍ଟରେ ଘଟଣା ସଂପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଏକ ବନ୍ଦ ଲଫାପାରେ ଦାଖଲ କରିଛନ୍ତି । ଉତ୍ସବ ବେଂସ ଆଜି କୋର୍ଟକୁ ଘଟଣା ସହ ସଂପୃକ୍ତ ଥିବା ସିସିଟିଭି ଫୁଟେଜ ହସ୍ତାନ୍ତର କରିବା ସହ ଏହି ଷଡଯନ୍ତ୍ର ପଛରେ ଦେଶର ସବୁଠୁ ବଡ କର୍ପୋରେଟରଙ୍କର ହାତ ରହିଛି ବୋଲି ଦାବୀ କରିଛନ୍ତି ଏବଂ ସଂପୂର୍ଣ୍ଣ ମାମଲାର ନ୍ୟାୟିକ ଯାଂଚ କରିବାକୁ ନିବେଦନ କରିଛନ୍ତି । ତେବେ ଖଣ୍ଡପୀଠ ପକ୍ଷରୁ କୁହାଯାଇଛି କି, ଏହି ମାମଲାରେ ଆଜି ଅପରାହ୍ଣ ୩ଟାରେ ପୁଣି ଥରେ ଶୁଣାଣୀ ଆରମ୍ଭ ହେବ ।

publive-image

ଉଲ୍ଲେଖ ଥାଉ କି, ଗୋଗୋଇଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆସିବାପରେ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ସତ୍ୟପାଠ ଦାଖଲ କରିଥିଲେ ବେଂସ। ଉକ୍ତ ସତ୍ୟପାଠରେ ସେ ଏହି ଅଭିଯୋଗକୁ ଏକ ଷଡ଼ଯନ୍ତ୍ର ବୋଲି କହିଥିଲେ। ଏହି ଷଡ଼ଯନ୍ତ୍ରର ପ୍ରତ୍ୟେକ ଘଟଣା ସେ ଜାଣିଛନ୍ତି। ଏଥିରେ ସାମିଲ ଥିବା ସମସ୍ତ ବ୍ୟକ୍ତିଙ୍କ ନାମ ଜାଣିଛନ୍ତି ବୋଲି ବେଂସ ତାଙ୍କ ସତ୍ୟପାଠରେ ଦର୍ଶାଇଥିଲେ। ଜଷ୍ଟିସ ଗୋଗୋଇଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିବା ପାଇଁ ତାଙ୍କ ବିରୋଧରେ ଏକ ମିଥ୍ୟା ଯୌନ ନିର୍ଯ୍ୟାତନା ମାମଲା କରାଯାଇଛି। ଏହି ମାମଲାରେ ସମ୍ପୃକ୍ତ ମହିଳାଙ୍କ ପକ୍ଷରୁ ଲଢ଼ିବାକୁ ତାଙ୍କୁ ଦେଢ଼ କୋଟି ଟଙ୍କା ଯଚାଯାଇଥିଲା ବୋଲି ଅଭିଯୋଗ କରିଥିଲେ ବେଂସ। ଏହି ସତ୍ୟପାଠ ଉପରେ ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ବେଂସଙ୍କୁ ନୋଟିସ ଜାରି କରି ଆଜି ଘଟଣାର ସମ୍ପୂର୍ଣ ବିବରଣୀ ଏବଂ ଏହି ଷଡଯନ୍ତ୍ରରେ ସାମିଲ ଥିବା ବ୍ୟକ୍ତିଙ୍କ ତାଲିକା ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe