କନକ ବ୍ୟୁରୋ : ଯୋଗୀ ସରକାରଙ୍କୁ ଝଟକା । କାଉଡିଆଙ୍କ ଯାତ୍ରା ମାର୍ଗରେ ପଡୁଥିବା ଦୋକାନରେ ଦୋକାନୀଙ୍କ ନାମ ଲେଖିବା ପାଇଁ ଉତରପ୍ରଦେଶ ସରକାର ଯେଉଁ ନିର୍ଦ୍ଦେଶ ଦେଇଥିଲେ ତା ଉପରେ ଅନ୍ତୀଣ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ ।ଏଥିସହ ମଧ୍ୟପ୍ରଦେଶ, ଉତରାଖଣ୍ଡ ସମେତ ୟୁପି ସରକାରଙ୍କୁ ଜବାବ ଦେବାକୁ ନୋଟିସ ଜାରି କରାଯାଇଛି । ମାମଲାର ପରବର୍ତୀ ଶୁଣାଣୀ ୨୬ରେ କରିବେ କୋର୍ଟ । ୟୁପି ସରକାରଙ୍କ ନିର୍ଦ୍ଦେଶକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ଆବେଦନରେ କୁହାଯାଇଥିଲା କି ଅଳ୍ପସଂଖ୍ୟକ ଓ ଦଳିତଙ୍କୁ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି ଓ ଧର୍ମ ଆଧାରରେ ସମାଜକୁ ବିଭାଜନ କରାଯାଇଛି । ଏଭଳି ନିର୍ଦ୍ଦେଶ କୌଣସି ଆଇନଗତ ଅଧିକାର ମଧ୍ୟରେ ଆସୁନି ।

Advertisment