ନୂଆ ମୋଡରେ ବର୍ଷା ଅନୁଭବ ବିବାହ ବିଚ୍ଛେଦ ମାମଲା । ମଧ୍ୟସ୍ଥତା କେନ୍ଦ୍ରରେ ହାଜର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ।

1,691

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ବର୍ଷା ଅନୁଭବ ବିବାଦ ମାମଲା । ଅନୁଭବ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଦାଏର କରିଥିବା ବିବାହ ବିଚ୍ଛେଦ ମାମଲାକୁ କଟକକୁ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟରେ ବର୍ଷା କରିଥିବା ଆବେଦନର ଆଜି ଶୁଣାଣି କରିଛନ୍ତି ସର୍ବୋଚ୍ଚ ଅଦାଲତ । ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାକୁ ସାଂସଦ ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ କୋର୍ଟ ନୋଟିସ୍ କରିଛନ୍ତି । ଏହି ଶୁଣାଣି ସମୟରେ ଅନୁଭବଙ୍କ ଓକିଲ କୋର୍ଟରେ ଉପସ୍ଥିତ ରହିଥିଲେ ।

ନୂଆ ମୋଡରେ ବର୍ଷା ଅନୁଭବ ବିବାହ ବିଚ୍ଛେଦ ମାମଲା । ମଧ୍ୟସ୍ଥତା କେନ୍ଦ୍ରରେ ହାଜର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ସୁପ୍ରିମକୋର୍ଟରେ ବର୍ଷା ଅନୁଭବ ବିବାହ ବିଚ୍ଛେଦ ମାମଲାର ଶୁଣାଣି ହୋଇଛି । ଖଣ୍ଡପୀଠ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ମାମଲା ସ୍ଥାନାନ୍ତର ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛନ୍ତି । ଏଥିସହ ଦିଲ୍ଲୀ ସ୍ଥିତ ମଧ୍ୟସ୍ଥତା କେନ୍ଦ୍ରକୁ ଉଭୟ ପକ୍ଷ ଆସି ବୁଝାମଣା ଉଦ୍ୟମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ ପକ୍ଷ ହାଜର ହେବା ପରେ ଦୁହିଁଙ୍କ ମଧ୍ୟରେ ସମାଧାନ ହେଉଛି, ନା ନାହିଁ ତାହା ଜାଣିବା ପରେ ମାମଲା ସ୍ଥାନାନ୍ତର ପ୍ରସଙ୍ଗ ଉପରେ ଶୁଣାଣି କରିବେ ବୋଲି କୋର୍ଟ କହିଛନ୍ତି । କୋର୍ଟଙ୍କ ଏହି ନିଷ୍ପତିକୁ ଉଭୟ ପକ୍ଷ ସ୍ୱାଗତ କରିଛନ୍ତି ।

ଦିଲ୍ଲୀ ପଟିଆଲା ହାଉସକୋର୍ଟରୁ ମାମଲାକୁ ସ୍ଥାନାନ୍ତର କରିବା ବର୍ଷାଙ୍କ ଓକିଲ ଖଣ୍ଡପୀଠ ଆଗରେ ଯୁକ୍ତି ରଖିଥିଲେ । ଅନ୍ୟପଟେ ଅନୁଭବଙ୍କ ଓକିଲ କୋର୍ଟରେ କହିଛନ୍ତି, ଦିଲ୍ଲୀରେ ଅନୁଭବଙ୍କ ସହ ବର୍ଷା କିଛି ଦିନ ରହିଛନ୍ତି । ତେଣୁ ପଟିଆଲା ହାଉସକୋର୍ଟରେ ଶୁଣାଣି ହେଲେ ତାଙ୍କର କିଛି ଅସୁବିଧା ହେବ ନାହିଁ ବୋଲି ପକ୍ଷ ରଖିଥିଲେ ଅନୁଭବଙ୍କ ଓକିଲ ।

ପଟିଆଲା ହାଉସକୋର୍ଟରେ ବିବାହ ବିଚ୍ଛେଦ ପାଇଁ ସାଂସଦ ଅନୁଭବ ମହାନ୍ତି କରିଥିବା ମାମଲାକୁ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ତେବେ ସର୍ବୋଚ୍ଚ ନ୍ୟାୟାଳୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବୁଝାମଣା ପାଇଁ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।