କନକ ବ୍ୟୁରୋ : କୋଭିଡ୍ ମୃତ୍ୟୁ ଅନୁକମ୍ପା ରାଶି ପ୍ରଦାନ ନେଇ ରାଜ୍ୟ ସରକାରଗୁଡିକୁ ସୁପ୍ରିମକୋର୍ଟ କଡା ତାଗିଦ କରିଛନ୍ତି । ଜଷ୍ଟିସ୍ ଏମ ଆର ଶାହା ଓ ବି ଭି ନାଗରତ୍ନା ଖଣ୍ଡପୀଠ କହିଛନ୍ତି, କୋଭିଡ୍ ମୃତ୍ୟୁ ନେଇ ସରକାରମାନେ ଯେଉଁ ତଥ୍ୟ ଦର୍ଶାଇଛନ୍ତି ତାହା ଠିକ୍ ନୁହେଁ । ତେଣୁ କୋଭିଡ୍ ମୃତ୍ୟୁ ସହାୟତା ରାଶି ପାଇଁ ଦାବିଗୁଡିକୁ ମିଛ କହି କାଟି ପାରିବ ନାହିଁ । ଏଥିସହ ଅନୁକମ୍ପା ରାଶି ପାଇବା ପାଇଁ ମୃତକଙ୍କ ପରିବାର ପକ୍ଷରୁ ଦାବି କରାଯିବାର ୧୦ ଦିନ ମଧ୍ୟରେ ସହାୟତା ରାଶି ଦେବାକୁ ସରକାରଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ଅନୁକମ୍ପା ରାଶି ପାଇବା ପାଇଁ ମିଛ ଦାବି କରାଯାଇଥିବା ଦର୍ଶାଇ ବିଭିନ୍ନ ରାଜ୍ୟ ସରକାର ବହୁ ସଂଖ୍ୟାରେ ଆବେଦନକୁ କାଟି ଦେଇଥିବା ସାମନାକୁ ଆସିଥିଲା । କେବଳ ମହାରାଷ୍ଟ୍ରରେ ଏମିତି ୬୦ ହଜାର ଆବେଦନକୁ କାଟି ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଏହା ଉପରେ ବିଚାର କରି ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରତ୍ୟକ କୋଭିଡ୍ ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ଦେବାକୁ ପୂର୍ବରୁ ନିର୍ଦେଶ ଦେଇଥିଲେ କୋର୍ଟ ।