କନକ ବ୍ୟୁରୋ : କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନ ସମାଧାନ ହେଉନଥିବାରୁ ସୁପ୍ରିମକୋର୍ଟ କେନ୍ଦ୍ରକୁ ଆଜି ଭର୍ତ୍ସନା କରିଛନ୍ତି । କୋର୍ଟ କହିଛନ୍ତି, ସମାଧାନ ପାଇଁ ସରକାରଙ୍କ ଉଦ୍ୟମ ନିରାଶଜନକ । ସରକାର ମୁଖ୍ୟ ବିନ୍ଦୁ ଉପରେ ଆଲୋଚନା କରନ୍ତୁ ବୋଲି କୋର୍ଟ କହିଛନ୍ତି । ସରକାର କାହିଁକି ଆଇନକୁ ସ୍ଥଗିତ ରଖୁନାହାନ୍ତି ବୋଲି କହିଛନ୍ତି କୋର୍ଟ । ସର୍ବୋଚ୍ଚ କୋର୍ଟ ଆହୁରି କହିଛନ୍ତି, ଆନ୍ଦୋଳନ ଯୋଗୁଁ ଚାଷୀଙ୍କ ଜୀବନ ଯାଉଛି । ତେଣୁ ଏ ବବାଦରେ ସରକାର ହସ୍ତକ୍ଷେପ କରିବେ ନା କୋର୍ଟ ଏ ବାବଦରେ ପଦକ୍ଷେପ ନେବ ?

Advertisment

ପ୍ରଦର୍ଶନକାରୀଙ୍କୁ ଅଟକା ଯାଇପାରିବନି ତେଣୁ ସରକାର ଏକ କମିଟି ମାଧ୍ୟମରେ ସମସ୍ୟାର ସମାଧାନ କରନ୍ତୁ । ଆଜିର ଶୁଣାଣିବେଳେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଆଇନକୁ ପ୍ରତ୍ୟାହାର କରିବା ସମ୍ଭବ ନୁହେଁ । କିନ୍ତୁ ଆନ୍ଦୋଳନ ସ୍ଥଳରେ ସ୍ଥିତି ଦିନକୁ ଦିନ ଦୟନୀୟ ହେବାରେ ଲାଗିଛି । ସେମାନଙ୍କ ଯତ୍ନ କିଏ ନେଉଛି ? ସରକାର ଯଦି କୌଣସି ପଦକ୍ଷେପ ନ ନିଅନ୍ତି ତାହା ହେଲେ କୋର୍ଟ ପଦକ୍ଷେପ ନେବେ । ଆନ୍ଦୋଳନସ୍ଥଳକୁ ଯିବା ପାଇଁ ମହିଳା ଓ ବୟସ୍କ ଲୋକଙ୍କୁ କାହିଁକି ରୋକାଯାଉଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି ।