ଏସବିଆଇକୁ ‘ସୁପ୍ରିମ୍’ ଝଟକା । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ନିର୍ବାଚନ ବଣ୍ଡ ସମ୍ପର୍କିତ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ।

163

କନକ ବ୍ୟୁରୋ : ନିର୍ବାଚନ ବଣ୍ଡକୁ ନେଇ ଏସବିଆଇକୁ ଝଟକା ଦେଇଛି ସୁପ୍ରିମକୋର୍ଟ । ୧୨ ମାର୍ଚ୍ଚ ଅଥାର୍ତ ଆସନ୍ତାକାଲି ସୁଦ୍ଧା ନିର୍ବାଚନ ବଣ୍ଡକୁ ନେଇ ସବିଶେଷ ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ୧୫ ତାରିଖ ସୁଦ୍ଧା ଡାଟା ଉପଲବ୍ଧ କରିବାକୁ ଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ଏହାପୂର୍ବରୁ ସମସ୍ତ ତଥ୍ୟ ଉପଲବ୍ଧ କରାଇବାକୁ ସମୟ ମାଗିଥିଲା ଏସବିଆଇ । ଜୁନ୍ ୩୦ ପର୍ଯ୍ୟନ୍ତ ସମୟ ମାଗିଥିଲା ଏସବିଆଇ । କିନ୍ତୁ ଅଧିକ ସମୟ ଦେବାକୁ ମନା କରିଥିଲେ ସୁପ୍ରିମକୋର୍ଟ । ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି କହିଛନ୍ତି, ଆବେଦନ ବେଳେ ଏସବିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ, ସମସ୍ତ ତଥ୍ୟ ସିଲ୍ କରି ମୁମ୍ବାଇସ୍ଥିତ ଏସବିଆଇର ମୁଖ୍ୟ କାର୍ଯ୍ୟାଳୟକୁ ପଠାଯାଇଛି । ମୁମ୍ବାଇରେ ଯଦି ସବୁ ବିବରଣୀ ଅଛି ତେବେ ତଥ୍ୟ ଦେବାରେ ଅସୁବିଧା କଣ? ୧୫ ଫେବ୍ରୁଆରୀରେ ମାମଲାର ଶୁଣାଣି ହୋଇଥିଲେ ସେତେବେଳେ ଯେଉଁ ନିର୍ଦ୍ଦେଶ ଦିଆଯାଇଥିଲା ତାହାକୁ ଆଜି ଯାଏଁ ଅନୁପାଳନ କାହିଁକି କରାଯାଇ ନାହିଁ ।